ବାଲେଶ୍ୱର ଓକିଲ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଅାନ୍ଦୋଳନ
କଟକରେ ଓକିଲଙ୍କୁ ପୋଲିସର ମାଡ଼ ଘଟଣାକୁ ବିରୋଧ
ବାଲେଶ୍ୱର : ବାଲେଶ୍ୱର ଓକିଲ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଅାନ୍ଦୋଳନ। କଟକରେ ଓକିଲଙ୍କୁ ପୁଲିସର ମାଡ଼ ଅଭିଯୋଗ ପରେ ଏହାକୁ ବିରୋଧ କରିଛି ସଂଘ। ଓକିଲଙ୍କ ଉପରେ ପୁଲିସର ଅତ୍ୟାଚାର ଅଭିଯୋଗ କରି କାର୍ଯ୍ୟ ବନ୍ଦ କରାଯାଇଛି।
ପୁଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିବା ସହ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ଅାଇନଜୀବୀ। ଓକିଲଙ୍କ କାର୍ଯ୍ୟ ବନ୍ଦ ଯୋଗୁଁ କୋର୍ଟ କାର୍ଯ୍ୟରେ ବାଧା ଉପୁଜିଛି। ଏପଟେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଓକିଲ ସଂଘ ପକ୍ଷରୁ ମଧ୍ୟ ବଜାର ପରିକ୍ରମା କରାଯିବା ସହ ପୁଲିସ୍ ବିରୋଧରେ ନାରାବାଜି ଦିଅାଯାଇଥିଲା।
ସେହିପରି କଟକରେ ଓକିଲଙ୍କୁ ପୁଲିସର ମାଡ଼ ପ୍ରତିବାଦରେ ସାଲେପୁର କୋର୍ଟ ସମ୍ମୁଖରେ ଟାୟାର ଜାଳିିବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଓକିଲ। ବହୁ ସମୟ ଧରି ସାଲେପୁର-କୂଆଁପାଳ ରାସ୍ତାକୁ ଅବରୋଧ କରବା ଫଳରେ ଯାତାୟତରେ ବାଧା ଉପୁଜିଥିଲା। ଏହାବ୍ୟତୀତ ଓକିଲ ମାନେ କାର୍ଯ୍ୟବନ୍ଦ ଅାନ୍ଦୋଳନ ଦେଇଛନ୍ତି। ଅଭିଯୁକ୍ତ ପୁଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଓକିଲ ଦାବି କରିଛନ୍ତି।