ଆଜି ବାଲେଶ୍ୱର ବାର୍‌ ଆସୋସିଏସନ ପକ୍ଷରୁ ଦିନିକିଆ ପ୍ରତୀକାତ୍ମକ ଧର୍ମଘଟ

ବାଲେଶ୍ୱର : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ପରେ ଏବେ ଉତ୍ତର ଓଡ଼ିଶାରେ ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଆଜି ବାଲେଶ୍ୱର ବାର୍‌ ଆସୋସିଏସନ ପକ୍ଷରୁ ଦିନିକିଆ ପ୍ରତୀକାତ୍ମକ ଧର୍ମଘଟ କରାଯାଉଛି।

ଜିଲ୍ଲାର ସମସ୍ତ କୋର୍ଟରେ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଏଥିସହିତ ଜିଲ୍ଲାର ସୋର, ଜଳେଶ୍ୱର ଓ ନୀଳଗିରିରେ ଥିବା ବାର୍ ଆସୋସିଏସନ୍ ଗୁଡିକ ମଧ୍ୟ ଆନ୍ଦୋଳନ କରୁଛନ୍ତି। ଉତ୍ତର ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିର ଯଥାର୍ଥତା ରହିଛି ବୋଲି ବାଲେଶ୍ୱର ବାର୍‌ ଆସୋସିଏସନ ପକ୍ଷରୁ କୁହାଯାଇଛି।

You might also like