ରାଉରକେଲା ବନ୍ଦ

ରାଉରକେଲା: ଆଜି ୧୨ ଘଣ୍ଟିଆ ରାଉରକେଲା ବନ୍ଦ ଡାକରା ଦିଆଯାଇଛି। ରାଉରକେଲାକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଏବଂ ରାଉରକେଲାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ଡକାରା ଦିଆଯାଇଛି।

ଦୀର୍ଘ ଦିନ ଧରି ଏନେଇ ବାରମ୍ବାର ଦାବି ଉପସ୍ଥାପନ କରାଯାଇଛି। ଏପରିକି ପ୍ରତିକାତ୍ମକ ଭାବେ ମାସକରେ ତିନି ଦିନ କୋର୍ଟ ବନ୍ଦ କରିବା ସତ୍ତ୍ୱେ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ଓକିଲ ସଂଘ ପକ୍ଷରୁ ପାନପୋଷ ଛକରେ NH-୧୪୩ ଅବରୋଧ କରାଯାଇଛି। ଫଳରେ ଉଭୟ ପଟେ ଯାନବାହନ ଅଟକି ରହିଛି।

You might also like