ବାରିପଦାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି

ବାରିପଦା : ବାରିପଦାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ବେଞ୍ଚ ପ୍ରତିଷ୍ଠା ନ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଅସହଯୋଗ। ଏଭଳି ଚେତାବନୀ ଦେଇଛି ମୟୁରଭଞ୍ଜ ବାର୍ ଆସୋସିଏସନ୍।

ବାରିପଦାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବାର୍ ଆସୋସିଏସନ୍ ପକ୍ଷରୁ ୩ ଦିନିଆ କୋର୍ଟ ବର୍ଜନ ଆରମ୍ଭ କରାଯାଇଛି। ବାର ଆସୋସିଏସନ କର୍ମକର୍ତ୍ତାମାନେ କୋର୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିଯୋଗୁଁ ବିଭିନ୍ନ କୋର୍ଟର ବିଚାରପତିମାନେ ଫେରିଯାଇଥିଲେ। ଆନ୍ଦୋଳନ ଯୋଗୁଁ କୋର୍ଟ କାମ ଠପ୍ ହୋଇଯାଇଛି।

You might also like