ରାଉରକେଲାରେ ଓକିଲଙ୍କ ଅର୍ଥନୈତିକ ଅବରୋଧ

ରାଉରକେଲା: ରାଉରକେଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଓ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ରାଉରକେଲା ଓକିଲ ସଂଘ ପକ୍ଷରୁ ଅର୍ଥନୈତିକ ଅବରୋଧ ଆରମ୍ଭ ହୋଇଛି। ଆଜି ଓକିଲ ସଂଘ ପକ୍ଷରୁ ଉଦିତନଗରଠାରେ ଥିବା କୋର୍ଟର ଗେଟକୁ ବନ୍ଦ କରାଯିବା ସହ ମାଜିଷ୍ଟ୍ରେଟମାନଙ୍କୁ କୋର୍ଟ କାର୍ଯ୍ୟ ନକରିବାକୁ ନିବେଦନ କରାଯାଇଥିଲା।

ପରେ ଓକିଲମାନେ ଟ୍ରେଜେରି କାର୍ଯ୍ୟାଳୟ ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରି ବନ୍ଦ କରି ଦେଇଥିଲେ। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

You might also like