ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି

କୋରାପୁଟ : ତେଜୁଛି ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି।  ପ୍ରତିବାଦରେ ଅବିଭକ୍ତ କୋରାପୁଟ ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜୟପୁରରେ ଦୁଇଦିନିଆ ଅର୍ଥନୈତିକ ଅବରୋଧ କରାଯାଇଛି।

ସହରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ କମିଟି ପକ୍ଷରୁ ବନ୍ଦ କରାଯାଇଛି। ତେବେ ସହରରେ ଦୋକାନ ବଜାର ଖୋଲା ରହିଛି।  କୋରାପୁଟ ଜିଲ୍ଲାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗତ ସେମ୍ବେର ୪ତାରିଖରୁ କମିଟି ପକ୍ଷରୁ ଆନ୍ଦୋଳନ ଜାରି ରହିଛି।

You might also like