କୋର୍ଟ ବନ୍ଦ ସତ୍ତ୍ୱେ କେମିତି ବେଲ୍‌ ପାଇଲେ ଅଭିଯୁକ୍ତ ?

ରାଉରକେଲା: ବିଶ୍ୱକପ୍ କ୍ରିକେଟ୍ ବେଟିଂ ଅଭିଯୋଗର ଅଭିଯୁକ୍ତକୁ ଜାମିନ୍ ପ୍ରଦାନ କରିବାକୁ ପ୍ରତିବାଦ କରି ଧାରଣା ଦେଲେ ଓକିଲା। କୋର୍ଟ ବନ୍ଦ ଥିବା ସତ୍ତ୍ୱେ ଅଭିଯୁକ୍ତିଙ୍କୁ କେମିତି ଯାମିନ୍‌ ମିଳିଲା ବୋଲି ପ୍ରଶ୍ନ କରିବା ସହିତ ରାଉରକେଲା ବାର ଆସୋସିଏସନର ସଦସ୍ୟମାନେ ଆଜି ଏସ୍‌ଡିଜେଏମ୍ କୋର୍ଟ ଆଗରେ ଧାରଣା ଦେଇଛନ୍ତି। ଫଳରେ କୋର୍ଟ କାର୍ଯ୍ୟ ବନ୍ଦ ରହିଛି।

ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ବନ୍ଦ ରଖିବାକୁ ଓକିଲମାନେ ନିଷ୍ପତ୍ତି ନେଇଛନ୍ତି। ଜାମିନ୍ ଦେଇଥିବା ଜଜ୍‌ଙ୍କୁ ଅନ୍ୟତ୍ର ବଦଳି ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ ଆଇନଜୀବୀ।

You might also like