କଟକ: କଟକରେ ଓକିଲଙ୍କୁ ପୁଲିସ୍ ଆକ୍ରମଣ ଅଭିଯୋଗ ମାମଲାରେ ହାଇକୋର୍ଟ ଓକିଲ ସଂଘ ଆନ୍ଦୋଳନକୁ ତୀବ୍ର କରିଛି। କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବା ସହ କାଲିଠାରୁ କଟକର ସବୁ ସରକାରୀ ଅଫିସ୍ ଆଗରେ ଧାରଣା ଦେଇ କାର୍ଯ୍ୟାଳୟଗୁଡ଼ିକ ବନ୍ଦ କରିବାକୁ ସଂଘ ନିଷ୍ପତ୍ତି ନେଇଛି।
ଏହାଛଡ଼ା ଗୁରୁବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ଓକିଲ ପ୍ରତିନିଧି ନବୀନ ନିବାସ ଘେରାଉ କରିବା ସହ ସ୍ମାରକପତ୍ର ଦେବାକୁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି। ବୁଧବାର ପୁଣି ଥରେ ସଂଘର ବୈଠକ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ ଓକିଲ ସଂଘ ସଭାପତି ଶ୍ରୀକାନ୍ତ ନାୟକଙ୍କ ସୂଚନା ଦେଇଛନ୍ତି।