ସାଲେପୁର ( ମନୋଜ ଆଚାର୍ଯ୍ୟ) : ସାଲେପୁର JMFC କୋର୍ଟ ଆଗରେ ଓକିଲ ସଂଘର ଆନ୍ଦୋଳନ ଜାରି ରହିଛି। ଫଳରେ ବାଧାପ୍ରାପ୍ତ ହୋଇଛି କୋର୍ଟ କଚେରୀ କାମ। ଆଇନଜୀବୀମାନେ ଆନ୍ଦୋଳନରେ ବସିଥିବାରୁ ଲୋକେ ନିରାଶ ହୋଇ ଫେରୁଛନ୍ତି।
ଜଗତପୁର ଥାନାର ସମସ୍ତ କେସ୍ ସାଲେପୁର JMFC ପରିବର୍ତ୍ତେ କଟକ ଜେଏମ୍ଏଫ୍ସି କୋର୍ଟକୁ ସ୍ଥାନାନ୍ତର କରାଯିବା ନିଷ୍ପତ୍ତିକୁ ବିରୋଧ କରି ଓକିଲ ସଂଘ ଆନ୍ଦୋଳନ କରୁଛି।
ଗତ ୧୨ ତାରିଖରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲିଛି। ନିଷ୍ପତ୍ତି ପ୍ରତ୍ୟାହାର ନହେଲେ ତୀବ୍ର ଆନ୍ଦୋଳନ କରିବାକୁ ଚେତବନୀ ଦେଇଛି ସଂଘ।
ସେପଟେ ୧୨ଟି ପଞ୍ଚାୟତର ଲୋକେ ସାଲେପୁରରେ ସୁବିଧାରେ ଆଇନ ସେବା ପାଉଥିଲେ। ହେଲେ କଟକ ଯିବାରେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଅଭିଯୋଗ କରିଛନ୍ତି।