କଟକ: କଟକରେ ଓକିଲଙ୍କୁ ପୁଲିସ୍ର ଆକ୍ରମଣ ଅଭିଯୋଗ ମାମଲାରେ ଆନ୍ଦୋଳନ ତୀବ୍ର ହୋଇଛି। କଟକର ସବୁ ସରକାରୀ ଅଫିସ ଆଗରେ ଓକିଲମାନେ ଧାରଣା ଦେବା ସହ ପିକେଟିଂ କରି କାହାକୁ ଅଫିସ ଭିତରକୁ ଛାଡୁ ନାହାନ୍ତି। କଟକର ସବୁ ଅଦାଲତରେ କାମ ଠପ୍ ହୋଇଯାଇଛି।
ଏହା ସହିତ ଆର୍ଡିସି, ଜିଲ୍ଲାପାଳ, ଡିଆରଡିଏ ସହିତ ବିଭିନ୍ନ ଅଫିସରେ କାମ ପୂରାପୁରି ବନ୍ଦ ରହିଛି। ଯେ ପର୍ଯ୍ୟନ୍ତ ଦାବି ପୂରଣ ହୋଇ ନାହିଁ, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଓକିଲମାନେ ଜିଦ୍ ଧରି ବସିଛନ୍ତି। ଏହା ସହିତ ଗୁରୁବାର ନବୀନ ନିବାସ ଘେରାଉ କରିବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି। ରାଜ୍ୟ ତମାମ ଓକିଲ ପ୍ରତିନିଧି ଘେରାଉ କରି ସ୍ମାରକପତ୍ର ଦେବେ।
ଏନେଇ ବୁଧବାର ଦିନ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।
Published By: Odishatv Bureau
Last updated: 25 September 2018, 02:49 PM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।