• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଜଗତସିଂହପୁର: ସେ ଜଣେ ନିଆରା ମଣିଷ। ଅର୍ଥ ରୋଜଗାର କରୁଛନ୍ତି ସତ, ହେଲେ ଅର୍ଥ ପାଇଁ ତାଙ୍କ ମନରେ ଲୋଭ ନାହିଁ କି  ଗର୍ବ  ନାହିଁ। ଉପାର୍ଜିତ ଅର୍ଥ ସେ ଖର୍ଚ୍ଚ କରନ୍ତି ଅନ୍ୟମାନଙ୍କ ପାଇଁ।  କେଉଁଠି ଦୁଃଖୀ ମଣିଷଟିଏ ଦେଖିଲେ ତାଙ୍କର ଆତ୍ମା ଯେମିତି କାନ୍ଦି ଉଠେ, ଅନ୍ୟର ସଂଘର୍ଷ ଦେଖିଲେ ତାଙ୍କ ରକ୍ତ ମଧ୍ୟ ସେମିତି ତାତି ଉଠେ। ସେମିତି ଦେଶଦ୍ରୋହୀଙ୍କୁ ଦେଖିଲେ ତାଙ୍କ ମନ ବିଦ୍ରୋହ କରିଉଠେ।

ଜଗତସିଂହପୁର ପୌରାଞ୍ଚଳ ଅନ୍ତର୍ଗତ ସିପି ଗ୍ରାମର ବାସୁଦେବ। ପେଶାରେ ଜଣେ ଆଇନଜୀବୀ । ହେଲେ ନିଶା ହେଉଛି ତାଙ୍କର  ସମାଜସେବା। କଲେଜରେ ପାଠ ପଢିବା ସମୟରୁ ବାସୁଦେବଙ୍କର ସମାଜସେବା ପ୍ରତି ଆଗ୍ରହ ଥିଲା। ସମାଜରେ ନିଜ ହକ୍‌ ପାଇଁ ଲଢୁଥିବା ମଣିଷଙ୍କ ପାଖରେ ସବୁବେଳେ ସେ ଠିଆ ହୋଇଥାନ୍ତି। ଯେମିତି ସରଳ, ସେମିତି ଅମାୟିକ।

ଆଇନଜୀବୀ ଭାବରେ ଯାହା ଅର୍ଥ ରୋଜଗାର କରନ୍ତି ସେ ଗାଁ ଓ ଗ୍ରାମବାସୀଙ୍କ ସେବାରେ ଖର୍ଚ୍ଚ କରିଥାନ୍ତି। ଦୁଇ ପୁଅଙ୍କ ବାହାଘର ଖୁବ୍‌ ନିରାଡମ୍ବର ଭାବେ କରିଥିଲେ। ବାଣ, ବାଜା ପାଇଁ ଅର୍ଥ ଖର୍ଚ୍ଚ ନ କରି ତାହାକୁ ଗ୍ରାମର ବିକାଶ ପାଇଁ ଦାନ କରିବା ସହ ପ୍ରତିରକ୍ଷା ପାଣ୍ଠିକୁ ମଧ୍ୟ ଦାନ କରିଛନ୍ତି। ସେତିକି ନୁହେଁ, ବାସୁଦେବ ଜଣେ ସମାଜସେବୀ ମଧ୍ୟ। ଅନେକ ସମୟରେ ଚୀନ୍ ବିରୋଧୀ  ସ୍ୱରର ନେତୃତ୍ୱ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଗ୍ରାମରେ ଏକ ମାନବ ସେବା ଟ୍ରଷ୍ଟ ଗଠନ କରିଛନ୍ତି। ଏହି ଟ୍ରଷ୍ଟ ମାଧ୍ୟମରେ ଗ୍ରାମବାସୀଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି।

ନିକଟରେ ଆଉ ଏକ ମହାନତାର ନିଦର୍ଶନ ଦେଖାଇଛନ୍ତି ବାସୁଦେବ। ନିଜର ସାରା ଜୀବନର ସଞ୍ଚିତ ଅର୍ଥ ୧୪ ଲକ୍ଷ ଟଙ୍କା ସେ ସମାଜ କଲ୍ୟାଣ ପାଇଁ ଦାନ କରିଛନ୍ତି। ତାଙ୍କ ନାମରେ ଥିବା ୧୨ ଲକ୍ଷ ଓ ପତ୍ନୀଙ୍କ ନାମରେ ଥିବା ୨ ଲକ୍ଷ ଟଙ୍କାକୁ ବ୍ୟାଙ୍କରେ ଫିକ୍ସ ଡିପୋଜିଟ୍‌ କରି ଏଥିରେ ଜିଲ୍ଲାପାଳଙ୍କୁ ନୋମିନି ରଖିଛନ୍ତି। ଏହି ଅର୍ଥ ସମାଜ କଲ୍ୟାଣରେ ଖର୍ଚ୍ଚ ହେଉ ଏହି ଉଦ୍ଦେଶ୍ୟରେ ସେ ଟଙ୍କାକୁ ଫିକ୍ସ ଡିପୋଜିଟ୍ କରିଛନ୍ତି।

ତାଙ୍କର ଏହି ମହାନ କାମରେ ପତ୍ନୀ ବିଦ୍ୟୁତ୍‌ ପ୍ରଭା ଓ ପୁଅ ବିସ୍ମୟ କୁମାର ମଧ୍ୟ ସହାୟତାର ହାତ ବଢାଇଛନ୍ତି। ବାସୁଦେବଙ୍କ ଏପରି ନିଆରା ତଥା ମହାନ୍‌ କାମକୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରଶଂସା କରିବା ସହ ସମାଜ ପାଇଁ ସେ ଏକ ଅନ୍ୟନ୍ୟ ଉଦାହରଣ ବୋଲି କହିଛନ୍ତି।

Lawer-donate-14-lakh-for-poor-people-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories