• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar
  • ବିକ୍ରି ହେବ ଶ୍ରୀଜଗନ୍ନାଥଙ୍କ ଜମି !
  • ୩୬ ହଜାର ଏକର ଜମି ବିକ୍ରି ହେବ କହିଲେ ପ୍ରତାପ ଜେନା
  • ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ ସୃଷ୍ଟି କଲା ଦ୍ୱନ୍ଦ୍ୱ
  • ଶ୍ରୀଜିଉଙ୍କ ଜମି ବିକ୍ରିକୁ ବିଭିନ୍ନ ମହଲରେ ନିନ୍ଦା

ପୁରୀ: ବିକ୍ରି ହେବ କାଳିଆ ଜମି? ଏକରେ କି ଦି ଏକର ନୁହେଁ, ପୁରା ୩୫ ହଜାର ଏକର ବିକିବାକୁ କିଛି ଏଭଳି ଯୋଜନା କରିଛନ୍ତି ରାଜ୍ୟ ସରକାର। ଖୋଦ୍ ଆଇନ ମନ୍ତ୍ରୀ ବିଧାନସଭାରେ ଏ ବାବଦରେ ସୂଚନା ଦେବାପରେ କ୍ଷୁବ୍ଧ ହୋଇଛନ୍ତି ଜଗନ୍ନାଥ ପ୍ରେମୀ। ରାଜନୈତିକ ସ୍ତରରେ ବି ଏହାକୁ ବିରୋଧ କରାଗଲାଣି। ତେବେ ଶ୍ରୀମନ୍ଦିର ପ୍ରଶାସନ କିନ୍ତୁ ସ୍ପଷ୍ଟୀକରଣରେ କହିଛି ଏହା ସଂପୂର୍ଣ୍ଣ ଭିତ୍ତିହୀନ।

ବିକ୍ରି ହେବ ଜଗନ୍ନାଥଙ୍କ ଜମି! ଏକର କି ଦୁଇ ଏକର ନୁହେଁ ପ୍ରାୟ ୩୫ ହଜାର ୨୭୨ ଏକର ଜମି ବିକ୍ରି କରାଯିବ ବୋଲି ସୂଚନା ରହିଛି। ବିଧାନସଭାରେ ବିଜେପି ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ରାଜ୍ୟ ଭିତରେ ୨୪ ଜିଲ୍ଲାରେ ମହାପ୍ରଭୁଙ୍କର ୬୦ ହଜାର ୪୨୬ ଦଶମିକ ୯୪୩ ଏକର ଜମି ରହିଛି। ଏଥିରୁ ଶ୍ରୀମନ୍ଦିର ପ୍ରଶାସନ ୩୪ ହଜାର ୮୭୬ ଦଶମିକ ୯୮୩ ଏକର ଉପରେ ଚୂଡାନ୍ତ ମାଲିକାନା ସ୍ୱତ୍ତ୍ୱ କରିବାକୁ ସ୍ଥିର କରିଛନ୍ତି। ସେହିପରି ଅନ୍ୟ ୬ଟି ରାଜ୍ୟରେ ଥିବା ଶ୍ରୀଜିଉଙ୍କ ୩୯୫ ଦଶମିକ ୨୫୨ ଏକର ଜମି ମଧ୍ୟ ବିକ୍ରି କରାଯିବ। ତତ୍କାଳୀନ ରାଜ୍ୟପାଳ ବି.ଡି. ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସ ଅନୁଯାୟୀ ସରକାର ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ୩୫ ହଜାର ୨୭୨ ଏକର ଜମି ବିକ୍ରି କରିବା ଲାଗି ସମାନ ନୀତି ଅନୁଯାୟୀ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ନିଜ ଉତ୍ତରରେ କହିଛନ୍ତି। ତେବେ ଏନେଇ ଏକମତ ନୁହନ୍ତି ଶ୍ରୀମନ୍ଦିର ପ୍ରଶାସନର ଓକିଲ ଓ ସେବାୟତ।

ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ସ୍ପଷ୍ଟୀକରଣରେ କୁହାଯାଇଛି ଯେ, ଶ୍ରୀଜିଉଙ୍କ ୩୫ ହଜାର ୨୭୨ ଏକର ଜମି ବିକ୍ରି ପାଇଁ ଯୋଜନା ହୋଇଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା। ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ ପରେ ଏବେ ଦ୍ୱନ୍ଦ୍ୱ ଆହୁରି ବଢିଯାଇଛି। ସତ କିଏ କହୁଛି? ବିଧାନସଭାରେ ଆଇନ ମନ୍ତ୍ରୀ ଦେଇଥିବା ଉତ୍ତର ସତ ନା ଶ୍ରୀମନ୍ଦିର ପ୍ରଶାସନର ଟ୍ୱିଟ୍‌ ଜରିଆରେ ସ୍ପଷ୍ଟୀକରଣ? ସରକାରଙ୍କ ଏହି ଦ୍ୱନ୍ଦ୍ୱକୁ, ବିରୋଧୀ ଷଡଯନ୍ତ୍ର କହିଥିବାବେଳେ ପ୍ରତିବାଦ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି। ସେପଟେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଟ୍ୱିଟ୍‌ କରି ଏହାର ଦୃଢ ନିନ୍ଦା କରିଛନ୍ତି। ଏହା ଧର୍ମନିରପେକ୍ଷତାର ବିକୃତୀକରଣ ଓ ଏହା ବିରୋଧରେ ସ୍ୱର ଉଠାଇବା ଜରୁରୀ ବୋଲି ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବି ଟ୍ୱିଟ୍‌ କରି ଲେଖିଛନ୍ତି, ସରକାର ମହାପ୍ରଭୁଙ୍କ ଜମିର ମାଲିକ ନୁହଁନ୍ତି, କେବଳ ଜଗାରଖା କରିବେ, କିନ୍ତୁ ବିକ୍ରି କରିବାର କୌଣସି ଅଧିକାର ନାହିଁ।

ଏସବୁ ଭିତରେ ଜଗନ୍ନାଥ ପ୍ରେମୀ କିନ୍ତୁ ଜମି ବିକ୍ରି ପ୍ରସଙ୍ଗ ସହଜରେ ଗ୍ରହଣ କରିପାରୁନାହାଁନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଛନ୍ତି ଭକ୍ତ।

ଖୋର୍ଦ୍ଧାରୁ ବଳରାମ ଲେଙ୍କା, ପୁରୀରୁ ମଧୁସୂଦନ ମିଶ୍ର, ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡି ଓ ହରିହର ଚାନ୍ଦଙ୍କ ରିପୋର୍ଟ

Law-minister-and-temple-administration-say-something-about-jagannath-land
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories