• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ପୁରୀ: ଶ୍ରୀଜିଉଙ୍କ ଘୋଷଯାତ୍ରାକୁ ନେଇ ନିନ୍ଦିତ ହେବା ପରେ ଶେଷରେ ସ୍ପଷ୍ଟୀକରଣ ରଖିଛି ରାଜ୍ୟ ଆଇନ ବିଭାଗ। ରଥଯାତ୍ରା ହେବ କି ନହେବ ତାହା ଏବେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିର୍ଭର କରୁଥିବା ବେଳେ ଆସନ୍ତାକାଲି ଶୁଣାଣି ବେଳେ ଆଇନ୍ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଆଇନ ବିଭାଗ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛି।

ଗତ ୧୮ ତାରିଖରେ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣି ବେଳେ ରାଜ୍ୟ ସରକାର ମୂଳପୀଠ ପୁରୀ ନୁହେଁ, ବରଂ ସାରା ରାଜ୍ୟର ହଜାର ହଜାର ରଥଯାତ୍ରା ନେଇ ପକ୍ଷ ରଖିଥିବା ଆଇନ ବିଭାଗ ପକ୍ଷରୁ ଜାରି ପ୍ରେସ୍ ନୋଟରେ ଦର୍ଶାଯାଇଛି।

ରାଜ୍ୟର ପ୍ରତି ପଞ୍ଚାୟତରେ ରଥଯାତ୍ରା ଆୟୋଜନ ବେଳେ ଲକ୍ଷାଧିକ ଲୋକ ସମାଗମ ହୋଇଥାଏ ବୋଲି ଦର୍ଶାଇଥିଲେ। ଏହା କୋଭିଡ୍ ପାଇଁ ବିପଦ ସୃଷ୍ଟି କରିପାରିବେ ବୋଲି ରାଜ୍ୟ ସରକାର ଯୁକ୍ତି ବାଢ଼ିଥିବା କୁହାଯାଇଛି। ତେବେ ଗଜପତିଙ୍କ ଅନୁରୋଧ କ୍ରମେ ଆସନ୍ତାକାଲି ଶୁଣାଣି ବେଳେ ରାଜ୍ୟ ସରକାର ଆଇନ ଅନୁମୋଦିତ ପଦକ୍ଷେପ ନେବେ ବୋଲି ପ୍ରେସ୍ ନୋଟରେ ଉଲ୍ଲେଖ କରାଯାଇଛି।

ପ୍ରକାଶଥାଉକି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ। ରଥଯାତ୍ରା ଆୟୋଜନ ନେଇ ନେଇ ପୁନର୍ବିଚାର କରିବାକୁ ଆବେଦନରେ ଦର୍ଶାଯାଇଛି। ଆସନ୍ତାକାଲି ସୁପ୍ରିମକୋର୍ଟରେ ଦିନ ୧୧ଟାରେ ଜଣିକିଆ ବେଞ୍ଚରେ ହେବ ଶୁଣାଣି। ଜଷ୍ଟିସ୍ ଏସ୍. ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ହେବ ଶୁଣାଣି। VC ମାଧ୍ୟମରେ ଭର୍ଚୁଆଲ କୋର୍ଟ ନଂ-୩ରେ ହେବ ଶୁଣାଣି। ରଥଯାତ୍ରା ପୁନର୍ବିଚାର ପାଇଁ ଏକାଧିକ ପିଟିସନ ଦାୟର ହୋଇଛି।

ହେଲେ ଏଠି ପ୍ରଶ୍ନ କାଲି ଶୁଣାଣିରେ ସୁପ୍ରିମକୋର୍ଟରେ ହେବ କଣ? ରଥଯାତ୍ରା ରାୟର ପରିବର୍ତ୍ତନର କ୍ଷମତା ଚାମ୍ବର ବେଞ୍ଚଙ୍କ ପାଖରେ ଅଛି ତ? ଆଇନ ବିଶାରଦଙ୍କ ମତରେ ଚାମ୍ବର ବେଞ୍ଚଙ୍କ ପାଖରେ ସେ କ୍ଷମତା ନାହିଁ। ଚାମ୍ବର ବେଞ୍ଚ କେବଳ ପକ୍ଷଭୁକ୍ତ ଦରଖାସ୍ତ ଗ୍ରହଣ କରିବେ କି ନାହିଁ। ନିଷ୍ପତ୍ତି ନେବେ ଯଦି ଗ୍ରହଣୀୟ ହୁଏ ଏବଂ ଶୁଣାଣି ସମୟରେ କୋର୍ଟ ଅନୁଭବ କରନ୍ତି ଯେ ପୂର୍ବ ରାୟରେ କିଛି ପରିବର୍ତ୍ତନର ଆବଶ୍ୟକତା ଅଛି ତା ହେଲେ ସେ ଏହାକୁ ଆପ୍ରୋପ୍ରିଏଟ୍ ବା ଉପଯୁକ୍ତ ବେଞ୍ଚକୁ ପଠାଇ ପାରନ୍ତି।

ଏ କ୍ଷେତ୍ରରେ ଉପଯୁକ୍ତ ବେଞ୍ଚ ହେଉଛି ପ୍ରଧାନବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ତେବେ ରଥଯାତ୍ରା ପାଇଁ ଆସନ୍ତାକାଲି କେବଳ ଗୋଟିଏ ଦିନ ଥିବାରୁ ଆଶଙ୍କା ବଢିଛି। କିନ୍ତୁ ବିଶାରଦଙ୍କ ମତରେ ତଥାପି ମଧ୍ୟ ବାଟ ବନ୍ଦ ହୋଇନି ପ୍ରଧାନ ବିଚାରପତିଙ୍କ ରେସିଡେନ୍ସ ଅଫିସରେ ପିଟିସନ୍ ମେନ୍ସନ୍ ପରେ ରାତିରେ ବେଞ୍ଚ ବସି ଶୁଣାଣି ହେବାର ନଜିର ମଧ୍ୟ ଅଛି।

Law-department-letter-on-ratha-yatra
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories