ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ହେବ।

ଏଥିପାଇଁ ଇଭିଏମ୍, ଭିଭିପ୍ୟାଟ୍ ଓ ଅନ୍ୟାନ୍ୟ ଭୋଟିଂ ସରଞ୍ଜାମ ସହ ମତଦାନ କେନ୍ଦ୍ର ଗୁଡିକରେ ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି। ଯେଉଁ ବୁଥ୍‌ରେ ପୋଲିଂ କର୍ମଚାରୀ  ପହଞ୍ଚି ନାହାନ୍ତି, ସେହି ବୁଥ୍‌ରେ ଆଜି ପହଞ୍ଚିବେ।

ଓଡ଼ିଶାରେ ୬ଟି ଲୋକସଭା ଆସନ ପାଇଁ ୫୨ ଜଣ ଓ ୪୧ଟି ବିଧାନସଭା ଆସନ ପାଇଁ ୩୩୬ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ତେବେ ଆସନ୍ତାକାଲି୧୦ ହଜାର ୭୯୨ ବୁଥ୍‌ରେ ୯୫ ଲକ୍ଷ ୧୪ ହଜାର ୮୮୩ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ।

You might also like