ଭୁବନେଶ୍ୱରରୁ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ, ୪୧ ଲୋକାଲ୍ କେସ୍

ଭୁବନେଶ୍ୱର: ରାଜଧାନୀରେ ଜଟିଳ ରୂପ ଧାରଣ କଲାଣି କରୋନା। ଚିନ୍ତା ବଢାଉଛି ଲୋକାଲ କେସ୍। ଭୁବନେଶ୍ୱର ସହରରେ ଆଉ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୮ ଏବଂ ୪୧ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। ସେହିପରି ଆଜି ଆଉ ୧୦୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ୪୪ କରୋନା ପଜିଟିଭ ଚିହ୍ନଟ। ଆଇଗିଣିଆ ଆଳୁଗଦିରୁ ପୁଣି ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୟୁନିଟ-୩ ଖାରବେଳ ନଗରରୁ ପୁଣି ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାଲିଆସାହିରୁ ୭ ଲୋକାଲ କଣ୍ଟାକ୍ଟ, ୫ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି।

ସେହିପରି ସହିଦନଗରରୁ ୫ ଏବଂ ପଳାଶୁଣି ପ୍ରାଚୀ ବିହାରରୁ ୪ ଚିହ୍ନଟ ହୋଇଛନ୍ତି। ଗଙ୍ଗନଗରରୁ ୩, ଶୈଳଶ୍ରୀ ବିହାରରୁ ୩, ବାଜପେୟୀ ନଗରରୁ ୩ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱରରେ ଏଯାବତ୍ ୨୧୫୦ କରୋନାରେ ସଂକ୍ରମିତ ହୋଇଛନ୍ତି। ୧୦୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୨ ଜଣଙ୍କ ମୃତ୍ୟୁ ହୋଇଛି। ୧୧୨୫ ସକ୍ରିୟ କେଶ ରହିଛି।

You might also like