ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର: ୧୪ ଯବାନ ଆହତ, ୧୩ ଜଣଙ୍କ ପତ୍ତା ମିଳୁନି

ଛତିଶଗଡ଼: ଛତିଶଗଡ଼ ସୁକ୍‌ମାରେ ସୁରକ୍ଷାକର୍ମୀଙ୍କ ବଡ଼ ଧରଣର ଏନକାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟରରେ ୧୪ ଯବାନ ଆହତ ହୋଇଥିବା ବେଳେ ୧୩ ଜଣଙ୍କର ପତ୍ତା ମିଳୁନି। ତେବେ ଆହତଙ୍କୁ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଫଳରେ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରିଛି ସୁରକ୍ଷାବାହିନୀ। ଆଜି ସକାଳୁ ସଂପୃକ୍ତ ଜଙ୍ଗଲରେ ଅଧିକ ଫୋର୍ସକୁ ମୁତୟନ କରିବା ସହ କମ୍ବିଂକୁ ଜୋରଦାର କରାଯାଇଛି।

ଗତକାଲି ସୁକ୍‌ମା କୋରାଗୁଣ୍ଡା ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ନେଇ ଖବର ମିଳିବା ପରେ ପୋଲିସ୍ ଓ କ୍ରୋବା ବାଟାଲିୟନ୍‌ କୋମ୍ବିଂ ଅପରେସନ୍ ଆରମ୍ଭ କରିଥିଲା। ଫଳରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କମ ଧ୍ୟରେ ଗୁଳିବିନିମୟ ହୋଇଥିଲା। ଅପରାହ୍ନରେ ହୋଇଥିବା ଏହି ଏନକାଉଣ୍ଟର ସଂଧ୍ୟା ଯାଏ ଚାଲିଥିଲା। ତେବେ ଏଥିରେ ୪ରୁ ୫ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଏବେ ଯାଏ ନକ୍ସଲଙ୍କ ମୃତଦେହ ମିଳିନାହିଁ।

You might also like