କୋଇଲା ଖଣିରେ ମାଟି ଧସିବା ଘଟଣା: ହାତ ଉଦ୍ଧାର, ଏବେବି ଜଣେ ନିଖୋଜ

ଅନୁଗୁଳ(ବିରଜା ପ୍ରସାଦ ଦାଶ): ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ଜଣ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେବି ଜଣେ ନିଖୋଜ ଅଛନ୍ତି। ଏଯାଏ ତାଙ୍କର କୌଣସି ପତ୍ତା ମିଳୁନାହିଁ।

ଆଜି କୋଇଲା ଖଣିରୁ ଏକ ହାତ ଉଦ୍ଧାର ହୋଇଛି। ତେବେ ଏହି ହାତଟି କାହାର ତାହା ଜଣାପଡ଼ିନାହିଁ।

ନିଖୋଜ ଜଣକ ହେଲେ ସିକ୍ୟୁରିଟି ଗାର୍ଡ ରମେଶ ଦାଶ। ରମେଶଙ୍କ ଘରେ ନକେଇ ପଶି ଗାଁରେ। ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।

ଆହୁରି ମଧ୍ୟ ପଢ଼ନ୍ତୁ: କୋଇଲା ଖଣିରେ ମାଟି ଧସିବା ଘଟଣା: ୨ ଜଣଙ୍କ ମୃତଦେହ ଉଦ୍ଧାର, ଏବେବି ଜଣେ ନିଖୋଜ

You might also like