କେତେ ନିର୍ଦ୍ଦୟୀ ଏହି ଘର ମାଲିକ

ଅନୁଗୁଳ: କରୋନା ସଂକ୍ରମଣ ଭଳି କଠିନ ସମୟରେ ସମାଜରୁ ମରିଯାଉଛି ମାନବିକତା। ମଣିଷ ଭୁଲି ଯାଉଛି ମଣିଷ ପଣିଆ। ଅନୁଗୁଳ ପୌରାଞ୍ଚଳରୁ ଏମିତି ଏକ ଖବର ଆସିଛି ଯାହା ଅଭାବନୀୟ ଓ ନିନ୍ଦନୀୟ। ଘରଭଡ଼ା ଦେଇ ନ ପାରିବା ସହ ଗତ କିଛିଦିନ ପୂର୍ବରୁ ମହିଳାଙ୍କ ଏକ ସନ୍ତାନ ପ୍ରସବ ହୋଇଥିବାରୁ ଘର ମାଲିକ ଦମ୍ପତିଙ୍କୁ ଘରୁ ବାହାର କରିଦେବା ଭଳି ଘଟଣା ଦେଖିବାକୁ ମିଳିଛି। ଆଉ ଏବେ ଅନୁଗୁଳ ସାପ୍ତାହିକ ହାଟ ପିଣ୍ଡିରେ ଅତି ଦୟନୀୟ ଅବସ୍ଥାରେ ରହିଛନ୍ତି ଏହି ଦମ୍ପତ୍ତି।

ଏପରିକି ପରିବାର ଓ ଆତ୍ମୀୟମାନେ ମଧ୍ୟ କରୋନା ଭୟରେ ଘରେ ପୂରାଉନଥିବା କୋହଭରା କଣ୍ଠରେ କହିଛନ୍ତି ଏହି ଦମ୍ପତ୍ତି। ସେପଟେ ଏହି ଖବର ଜଣାପଡ଼ିବା ପରେ ଉପଜିଲ୍ଲାପାଳ ସମସ୍ୟାର ସମାଧାନ ନିମନ୍ତେ ଅନୁଗୋଳ ପୌର ର୍ନିବାହୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା, ଅତିରିକ୍ତ ତହସିଲଦାର ପ୍ରମୁଖ ପହଞ୍ଚି ଘରମାଲିକଙ୍କ ଘରକୁ ଯାଇ ଘର ମାଲିକାଣିଙ୍କ ସହିତ କଥା ହୋଇଥିଲେ। ଶେଷରେ ମାଳିକାଣୀ  ଦମ୍ପତିଙ୍କୁ ଘରେ ରଖିବା ପାଇଁ ରାଜି ହୋଇଥିବା ଜଣାପଡ଼ିଛି।

You might also like