ବାତ୍ୟା ଅମ୍ପନର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଆରମ୍ଭ ହୋଇଗଲାଣି ବାତ୍ୟା ଅମ୍ପନର ଲ୍ୟାଣ୍ଡଫଲ‌ ପ୍ରକ୍ରିୟା। ଦିନ ୨ଟା ୩୦ରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ।

ବାତ୍ୟାର ବାହ୍ୟ ଅଂଶ ଏବେ ପଶ୍ଚିମବଙ୍ଗରେ ପ୍ରବେଶ କରୁଛି। ପ୍ରାୟ ୪ ଘଣ୍ଟା ଧରି ଏହି ଲ୍ୟାଣ୍ଡଫଲ‌ ଜାରି ରହିବ ବୋଲି ବିଶ୍ୱାସ କହିଛନ୍ତି। ପୂର୍ବ ଆକଳନ ଅନୁସାରେ ସୁନ୍ଦରବନ ଅଞ୍ଚଳରେ ଲ୍ୟାଣ୍ଡଫଲ କରୁଛି ବାତ୍ୟା।

ପୂର୍ବରୁ ୪ଟା ବେଳେ ଲ୍ୟାଣ୍ଡଫଲ୍‌ ନେଇ ପୂର୍ବାନୁମାନ ଥିବା ବେଳେ ଏହା ୨.୩୦ରେ ଲ୍ୟାଣ୍ଡଫଲ କରିଛି। ଏହି ସମୟରେ ପ୍ରବଳ ପବନ ହେଉଥିବା ଦେଖାଯାଉଛି। ଗଛପତ୍ର ଭାଙ୍ଗିଯିବା ସହିତ ଇଲେକ୍ଟ୍ରିକ୍‌ ତାର ଛିଡ଼ି ଯାଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ବତ୍ୟାକୁ ସାମ୍ନା କରିବାକୁ ପଶ୍ଚିମବଙ୍ଗ ସରକାର ପ୍ରସ୍ତୁତ ରହିଛନ୍ତି।

You might also like