ମୋହନା : ନିର୍ବାଚନ ପୂର୍ବରୁ ସର୍ଚ୍ଚ ଅପରେସନ ବେଳେ ୫୦ କେଜି ଓଜନର ୨ଟି ଶକ୍ତିଶାଳୀ ଲ୍ୟାଣ୍ଡମାଇନ୍ ଉଦ୍ଧାର। ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ଧାରି ଘାଟି ରାସ୍ତାର ଏକ କଲଭର୍ଟ ତଳୁ ଏହି ଲ୍ୟାଣ୍ଡମାଇନ୍ସକୁ ଉଦ୍ଧାର କରିଛି ସିଆରପିଏଫ୍ ଟିମ୍। ଗଜପତିରୁ ଏକ ବୋମା ନିଷ୍କ୍ରିୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଏହାକୁ ନିଷ୍କ୍ରିୟ କରିଛି।
ନିର୍ବାଚନ ବେଳେ କୌଣସି ପ୍ରକାର ଅଘଟଣ ସହ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରିବା ଲକ୍ଷ୍ୟରେ ଲାଲ୍ବାହିନୀ ଲ୍ୟାଣ୍ଡମାଇନ୍ସ ଖଞ୍ଜିଥିବା କହିଛନ୍ତି ଗଜପତି ଏସ୍ପି ସାରା ଶର୍ମା। ୨୦୧୦ ମସିହାରେ ଅନ୍ଧାରିଘାଟି କରଭର୍ଟ ଉଡ଼ାଇଥିଲେ ମାଓବାଦୀ।