ଉଚ୍ଛେଦ ହେଲା ମୂଲ୍ୟବାନ ଗ୍ରାମ୍ୟ ଜଙ୍ଗଲ ଜମି

ଭୁବନେଶ୍ୱର: ଓଟିଭି ପ୍ରଭାବ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ମୌସୁଧା ଗାଁର ମୂଲ୍ୟବାନ ଗ୍ରାମ୍ୟ ଜଙ୍ଗଲ ଜମି ଉଚ୍ଛେଦ ହୋଇଛି। ୨ଏକରରୁ ଅଧିକ ଏହି ଜମି ସରକାରୀ ଖାତାରେ ଗ୍ରାମ୍ୟ ଜଙ୍ଗଲ ଜମି ରହିଛି। ତେବେ କିଛି ପ୍ରଭାବଶାଳୀ ବ୍ୟକ୍ତି ଗତ କିଛି ବର୍ଷ ହେଲା ଏହାକୁ ଜବରଦଖଲ କରିବା ସହ ତାର ବାଡ ବୁଲାଇଥିଲେ।

ଏମିତିକି ଜଙ୍ଗଲ ଜମିରେ ପୋଖରୀ ମଧ୍ୟ ଖୋଳି ଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ପରେ ସ୍ଥାନୀୟ ଆର୍‌ଆଇ ଏହାର ତଦନ୍ତ କରି ଉଚ୍ଛେଦ ପାଇଁ ରିପୋର୍ଟ କରିଥିଲେ। ଏପରିକି ଗ୍ରାମବାସୀ ଜିଲ୍ଲାପାଳ ଓ ହାଇକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ।

ଏନେଇ ଓଟିଭିରେ ଖବର ପ୍ରସାରଣ ପରେ ଜିଲ୍ଲାପାଳ ଉକ୍ତ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ।  ଗତକାଲି ଚାନ୍ଦବାଲି ଅତିରିକ୍ତ ତହସିଲଦାର ଓ ପୁଲିସ୍‌ ସହାୟତାରେ ଉକ୍ତ ଜମିକୁ ଉଚ୍ଛେଦ କରାଯାଇ ନାଲି ପତାକା ପୋତା ଯାଇଥିଲା।

ସେପଟେ, ଜବରଦଖଲ ଉଚ୍ଛେଦ ପରେ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି।

You might also like