ଫସର ଫାଟିଲା ଷଡ଼ଯନ୍ତ୍ର: ପଦାରେ ପଡ଼ିଲା ଓଟିଭି ବିରୋଧରେ ମିଛ ଅଭିଯୋଗ

ଭୁବନେଶ୍ୱର: ଫସର ଫାଟିଲା ଷଡ଼ଯନ୍ତ୍ର। ପଦାରେ ପଡ଼ିଲା ଓଟିଭି ବିରୋଧରେ ମିଛ ଅଭିଯୋଗ। ଖୋର୍ଦ୍ଧା ସାରୁଅରେ ଓଡ଼ିଶା ଟେଲିଭିଜନ ନାଁରେ ଜମି ଜବରଖଲର ମିଛ ଅଭିଯୋଗ ପରେ ଆଜି ଘଟଣାସ୍ଥଳରେ ଜମି ମାପଚୁପରୁ ଜବରଦଖଲ ହୋଇ ନଥିବା ସ୍ପଷ୍ଟ ହୋଇଛି। ଭୁବନେଶ୍ୱର ଉପକଣ୍ଠ ଓଡ଼ିଶା ଟେଲିଭିଜନ ନାମରେ ଜମି ଜବର ଦଖଲ ଅଭିଯୋଗ ମାମଲାର ତଦନ୍ତ ହୋଇଛି। ଘଟଣାସ୍ଥଳରେ ଜମି ମାପଚୁପ କରି ଜବର ଦଖଲ ହୋଇନି ବୋଲି କହିଛନ୍ତି ତହସିଲ ପକ୍ଷରୁ ନିଯୁକ୍ତ ସରକାରୀ ଅମିନ ଶଙ୍କର୍ଷଣ ପାଇକରାୟ।

୧୮୨୯ ନମ୍ବର ପ୍ଲଟ ମାପଚୁପ କରିବାକୁ ଆମକୁ ନିର୍ଦ୍ଦେଶ ଥିଲା, ସେହି ଅନୁଯାୟୀ ପ୍ଲଟ ମାପ କଲା ବେଳେ ନକ୍ସା ମୁତାବକ ସରଜମିନ ଠିକ ରହିଛି ବୋଲି ଅମିନ କହିଛନ୍ତି। ପ୍ଲଟ ଯେତିକି ରହିବା କଥା ନକ୍ସା ଅନୁସାରେ ଠିକ ୭୦୫ ଡେସିମିଲ୍ ରହିଛି। ହେଲେ କେହି ଜବରଦଖଲ କରିନାହାନ୍ତି ବୋଲି ମାପଚୁପରୁ ସ୍ପଷ୍ଟ ଜଣାପଡୁଛି। ତା’ ସହ ଧାନ ବିଲ ଅଛି, ଚାଷ ବି ହୋଇଛି ବୋଲି ଅମିନ କହିଛନ୍ତି। ଖୋର୍ଦ୍ଧା ସାରୁଅରେ ଜମି ଜବର ଦଖଲ ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା।

ଆହୁରି ପଢ଼ନ୍ତୁ

ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

You might also like