ବାଦାମ କିଣା ଦୁର୍ନୀତି ଅଭିଯୋଗରେ ଲ୍ୟାମ୍ପ୍ସ ଏମ୍‌ଡି ନିଲମ୍ବିତ

ମାଲାକାନଗିରି: ବାଦାମ କିଣାରେ ଦୁର୍ନୀତି ଅଭିଯୋଗ ନେଇ ମାଲକାନଗିରି ପୋଟେରୁ ଲ୍ୟାମ୍ପସ୍ ଏମଡି ନିଲମ୍ବିତ। ପୋଟେରୁ ଲ୍ୟାମ୍ପସ MD ଧନେଶ୍ୱର ପଟ୍ଟନାୟକଙ୍କୁ ନିଲମ୍ବିତ କରିଛନ୍ତି ଲ୍ୟାମ୍ପସ ପ୍ରଶାସକ। ଏହାସହିତ ତଦନ୍ତ କରାଯାଇ ଅନ୍ୟ କର୍ମଚାରୀ ଯଦି ଏହି ଦୁର୍ନୀତିରେ ସାମିଲ ଥିବେ, ତେବେ ତାଙ୍କ ବିରୋଧରେ ବି କାଯର୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଡମିନିଷ୍ଟ୍ରେଟର୍ ସାମଲ ମାରାଣ୍ଡି ସୂଚନା ଦେଇଛନ୍ତି।

ଅଭିଯୋଗ ମୁତାବକ, ପୋଟେରୁ ଲ୍ୟାମ୍ପ ଅଧୀନରେ ଥିବା ଚିନାବାଦାମ ମଣ୍ଡିରୁ ଗଲା କିଛିଦିନ ହେବ ଚାଷୀଙ୍କ ଚିନାବାଦାମ ଉଠୁନଥିଲା। ଲ୍ୟାମ୍ପ କର୍ତ୍ତୃପକ୍ଷ ସରକାରୀ ବସ୍ତା ନଥିବା ଦର୍ଶାଇ ଚିନାବାଦାମ କିଣୁନଥିବା ଚାଷୀ ଅଭିଯୋଗ କରିଥିଲେ।

କିନ୍ତୁ ଦଲାଲମାନଙ୍କ ସହ ମଧୁଚନ୍ଦ୍ରିକା କରି ଚିନାବାଦାମ ଚୋରା ଚାଲାଣ କରୁଥିବା ଅଭିଯୋଗ କରିଥିଲେ ଚାଷୀ। ଏହାସହିତ ଜଣେ ଦଲାଲଙ୍କ ଘରୁ ଏକ ମିନି ଟ୍ରକ୍ ବୋଝେଇ ସରକାରୀ ବସ୍ତା ଭର୍ତ୍ତି ବାଦାମ ଚୋରା ଚାଲାଣ ବେଳେ ଟ୍ରକକୁ ଧରିଥିଲେ ଚାଷୀ। ଥାନାରେ ବି ଏତାଲା ଦାୟର କରାଯାଇଥିଲା। ଏନେଇ ପୋଟେରୁ ଲ୍ୟାମ୍ପ ବି ଘେରିଥିଲେ ଚାଷୀ।

You might also like