ମିଛ ବିଲ୍ କରି ଲୁଟ୍ ହେଉଛି ସରକାରୀ ଅର୍ଥ : ଗୋଟିଏ ମାଟି ହାଣ୍ଡିର ଦାମ୍୨୪ ଶହ, ଜଗ୍‌ର ଦାମ ୬ଶହ

କାଗଜପତ୍ରରେ ତଥ୍ୟ, ହେଲେ ବାସ୍ତବରେ ନାହିଁ

ଭଦ୍ରକ ଚାନ୍ଦବାଲି ଭାଟପଡାରୁ ଆସିଛି ସଂଗୀନ ଅଭିଯୋଗ

ମାସକରେ ୪ ଥର ଇଲେକ୍ଟ୍ରିକ ବିଲ୍

ବିଲ୍ କରି ଲୁଟ୍ ହେଉଛି ସରକାରୀ ମାଲ୍

ଭଦ୍ରକ(ବାସୁଦେବ ଦାସ) : ଗୋଟିଏ ମାଟି ହାଣ୍ଡିର ଦାମ୍୨୪ ଶହ ଟଙ୍କା, ଜଗ୍‌ର ଦାମ ୬ଶହ । ମାସକରେ ୪ ଥର ଦିଆଯାଇଛି ଇଲେକ୍ଟ୍ରିକ ବିଲ୍ । ସରକାରୀ ଅନୁଦାନରେ କମ୍ୟୁନିଟି ସେଣ୍ଟରଠୁ ଆରମ୍ଭ କରି ଖେଳ ପଡ଼ିଆ, କେତେ କଣ ନିର୍ମାଣ ହୋଇଥିବା କାଗଜପତ୍ରରେ ଦର୍ଶାଯାଇଛି । ହେଲେ ପ୍ରକୃତରେ କିଛି ନାହିଁ, ଆରଟିଆଇ ତଥ୍ୟରୁ ଜଣାପଡ଼ିଛି କେମିତି ସରକାରୀ ଟଙ୍କା  ଆତ୍ମସାତ ହୋଇଛି। ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଭଦ୍ରକ ଚାନ୍ଦବାଲି ବ୍ଲକ ଭାଟପଡାରୁ ଆସିଛି ଏଭଳି ସଂଗୀନ ଅଭିଯୋଗ ଆରଟିଆଇରୁ ମିଳିଥିବା ତଥ୍ୟ ଚମକାଇ ଦେଲା ଭଳି । ମିଛ ବିଲ୍ ଦେଇ କେମିତି ଲକ୍ଷ ଲକ୍ଷ ଟଙ୍କା ଲୁଟ ହୋଇଛି ତାହାର ପ୍ରମାଣ ସୂଚନା ଅଧିକାର ବଳରେ ମିଳିଛି । ନାଉଗୋରଡ଼ା କମ୍ୟୁନିଟି ସେଣ୍ଟର ନାଁରେ ୨ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିବା ତଥ୍ୟ ରହିଛି । ହେଲେ ଏହା ଏକ ବ୍ୟକ୍ତିଗତ ନିର୍ମାଣ ବୋଲି କହିଛନ୍ତି ଗ୍ରାମବାସୀ  । ଏମିତିକି କାଗଜ ପତ୍ରରେ ରାଉତପଡ଼ାରେ ବ୍ରହ୍ମା ବିଷ୍ଣୁ ମହେଶ୍ୱର କମ୍ୟୁନିଟି ସେଣ୍ଟର ନିର୍ମାଣ ହୋଇଛି । ହେଲେ ପ୍ରକୃତରେ ସେମିତି କିଛି କମ୍ୟୁନିଟି ସେଣ୍ଟର ନାହିଁ ।

ଦୋଳ ମଣ୍ଡପ ଖେଳଡ଼ିଆରେ ମାଟି ପକାଇ ଟଙ୍କା ନିଆଯାଇଛି । ହେଲେ ଯେଉଁ ଟ୍ରାକ୍ଟର ଏଥିରେ ବ୍ୟବହାର ହୋଇଛି ବୋଲି ଦର୍ଶାଯାଇ,ଛି ସେହି ଟ୍ରାକ୍ଟର ମାଲିକ କିନ୍ତୁ ଏବାବଦରେ ଅଜ୍ଞ  । ଜଳଛତ୍ର ପାଇଁ ଗୋଟିଏ ମାଟି ହାଣ୍ଡି ୨୪ଶହ ଟଙ୍କା ଦେଇ କିଣାଯାଇଥିବା ବେଳେ ଗୋଟିଏ ଜଗ୍ କିଣାଯାଇଛି ୬ଶହ ଟଙ୍କା ଦେଇ । ଏମିତିକି ଗୋଟିଏ ମାସରେ ୪ଥର ଇଲେକ୍ଟ୍ରି ବିଲ୍ ଦିଆଯାଇଥିବା ଦର୍ଶାଯାଇଛି । ଏହାଛଡ଼ା ପଞ୍ଚାୟତକୁ ସରପଞ୍ଚ ଟଙ୍କା ଧାର ଦେବା ଓ ନେବା ବ୍ୟବସ୍ଥା କରି ୩ ବର୍ଷରେ ୧୦ ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ କେମିତି ସରକାରୀ ଅର୍ଥ ହଡ଼ପ ହୋଇଛି ତାହାର ପୁଳାପୁଳା ପ୍ରମାଣ ଆରଟିଆଇରୁ ମଳିଛି । ଏନେଇ ଲୋକାୟୁକ୍ତ, ଭଦ୍ରକ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଜିଲ୍ଲାପାଳ କହିଛନ୍ତି ଅଭିଯୋଗ ପାଇଛୁ ତଦନ୍ତ ପାଇଁ PD DRDAଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

You might also like