ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ: ଆଜି ପବିତ୍ର ମାଘ ସପ୍ତମୀ। ଏହି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି।

ପରମ୍ପରା ଅନୁସାରେ, ଗତକାଲି ତିନି ଠାକୁର କୋଣାର୍କର ତ୍ରିବେଣୀଶ୍ୱର, ଐଶାନେଶ୍ୱର ଓ ଦକ୍ଷିଣେଶ୍ୱର ମହାଦେବ ରାତିରେ ବିମାନ ବିଜେ କରିଥିଲେ। ମଧ୍ୟରାତ୍ରରେ ଏନଏସି ଭୋଗ ମଣ୍ଡପରେ ଭୋଗ ଖାଇଥିଲେ। ପରେ ମିଳିତ ଭାବେ ଶୋଭାଯାତ୍ରାରେ ଚନ୍ଦ୍ରଭାଗା ଗସ୍ତ କରି ବିଳମ୍ବିତ ରାତିରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିଥିଲେ। ଭୋର ସମୟରେ ତିନି ଠାକୁରଙ୍କ ମହାସ୍ନାନ ପରେ ଭକ୍ତମାନେ ବୁଡ଼ ପକାଇଥିଲେ।

ଅନ୍ୟପକ୍ଷେ, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗାରେ ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଏହାସହ ସୁରକ୍ଷିତ ସ୍ନାନ ପାଇଁ ଏନ୍‌ଡିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି। ୫୦ ଲାଇଫ ଗାର୍ଡଙ୍କୁ ମଧ୍ୟ ମୁତୟନ କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା, ଅସ୍ଥାୟୀ ପାଇଖାନା ନିର୍ମାଣ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩ଟି ଅସ୍ଥାୟୀ ସ୍ୱାସ୍ଥ୍ୟ ସେବା ଶିବିର କରାଯାଇଛି।

You might also like