ନୂଆଁଖାଇ ଲାଗି ପାଇଁ ସ୍ଥିର ହେଲା ଶୁଭ ଲଗ୍ନ

ସମ୍ବଲପୁର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କଠାରେ ନୂଅାଁଖାଇ ଲାଗି ପାଇଁ ସ୍ଥିର ହେଲା ଶୁଭ ଲଗ୍ନ। ଅାସନ୍ତା ୧୪ ତାରିଖ ସକାଳ ୮ଟା ୧୦ରୁ ୮ଟା ୪୦ ମଧ୍ୟରେ ମା’ଙ୍କ ଠାରେ ଲାଗି ହେବ ନବାନ୍ନ।  ଅାଜି ସମ୍ବଲପୁର ଝାଡୁଅାପଡ଼ାସ୍ଥିତ ବ୍ରହ୍ମପୁରା ମନ୍ଦିରରେ ବସିଥିବା ପଣ୍ଡିତ ସଭାରେ ଏହି ଶୁଭ ଲଗ୍ନ ବାହାରିଛି।

ପାରମ୍ପରିକ ପୂଜାର୍ଚ୍ଚନା ପରେ ପଣ୍ଡିତମାନେ ପାଂଜି ଦେଖି ନୂଆଁଖାଇ ତିଥି ଓ ଲଗ୍ନ ସ୍ଥିର କରିଛନ୍ତି। ନିର୍ଦ୍ଧାରିତ ଲଗ୍ନ ଅନୁସାରେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥାଏ। ଏହା ପରେ ସମ୍ବଲପୁର ଅଞ୍ଚଳର ଅନ୍ୟ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି କରାଯାଇ ଘରେ ଘରେ ନୂଆଁ ଖାଇଥାନ୍ତି ଅଞ୍ଚଳବାସୀ।

You might also like