ହ୍ୱିଲ ଚେୟାରରେ ବୁଲି ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି ମିନତି

କେନ୍ଦ୍ରାପଡ଼ା: ଦିବ୍ୟାଙ୍ଗର ଦୁର୍ବଳ ନୁହଁନ୍ତି, ଅକ୍ଷମ ନୁହଁନ୍ତ। ସାଧାରଣ ଲୋକ ଯାହା କରିପାରିବେନି ସେମାନେ ତାହା କରି ଦେଖାଇ ପାରିବେ। ଏହାର ଆଉ ଏକ ପ୍ରମାଣ ହେଉଛନ୍ତି ମିନତି ବାରିକ୍‌।  କେନ୍ଦ୍ରାପଡା ରାଜକନିକା ବାଜପୁର ଗାଁର ଓ୍ୱାଡ଼ ସଭ୍ୟା ମିନତି ବାରିକ।

ଦୁଇ ଗୋଡରେ ଠିଆ ହୋଇ ଚାଲିବାକୁ ସକ୍ଷମ ନୁହଁନ୍ତି ମିନତି। ଆଗକୁ ଯିବା ପାଇଁ ହ୍ୱିଲ ଚେୟାର ହିଁ ତାଙ୍କର ଭରସା। ତଥାପି କରୋନା ଯୁଦ୍ଧରେ ତାଙ୍କୁ ଆମେ ଜଣେ ସଫଳ ଯୋଦ୍ଧା କହିପାରିବା। ହୁଇଲ ଚେୟାରରେ ସେ ବୁଲି ବୁଲି ଲୋକଙ୍କୁ କରୋନା ସମ୍ପର୍କରେ ସେଚତନ କରାଉଛନ୍ତି।

ମିନତି ନିଜ ୱାର୍ଡରେ  ହୁଇଲ ଚେୟାର ଧରି ବୁଲୁଛନ୍ତି। ଲୋକମାଙ୍କୁ କରୋନାର ଭୟବହତା ସମ୍ପର୍କରେ ବୁଝାଉଛନ୍ତି । ସେତିକି ନୁହେଁ, କିପରି ହାତ ଧୋଇବ, କିପରି ମାସ୍କ ପିନ୍ଧିବ, ସାମାଜିକ ଦୂରତ୍ୱ କିପରି ବଜାୟ ରଖିବ, ଗାଁକୁ ସଫା ରଖିବ  ତାହା ମଧ୍ୟ ଲୋକଙ୍କୁ ବୁଝାଉଛନ୍ତି।

ସେତିକି ନୁହେଁ, ନିଜେ ମାସ୍କ ତିଆରି କରି ଲୋକଙ୍କୁ ଦେଉଛନ୍ତି। ଜଣେ ଲୋକ ପ୍ରତିନିଧି ଭାବେ ସେ ଲୋକଙ୍କୁ ବୁଲିବୁଲି ବୁଝାଉଥିବାରୁ ଲୋକେ ମଧ୍ୟ ତାଙ୍କ କଥାକୁ ସମ୍ମାନ ଦେଉଛନ୍ତି ଓ ମାନୁଛନ୍ତି।

ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ଏପରି ପରିସ୍ଥିତିରେ ନିଜର କର୍ତ୍ତବ୍ୟ କରୁଥିବାରୁ, ଲୋକଙ୍କୁ ସଚେତନ କରୁଥିବାରୁ ଗାଁ  ଲୋକେ ତାଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି।

You might also like