ଡ୍ୟୁଟିରେ ଯୋଗ ଦେବାକୁ ଆସିଥିଲେ ମହିଳା SI, ହେଲେ ରିପୋର୍ଟ ଆସିଲା କରୋନା ପଜିଟିଭ୍
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ଭୁବନେଶ୍ୱର ସ୍ଥିତ ଅଫିସ୍ରେ ଯୋଗ ଦେବାକୁ ଆସିଥିବା ଜଣେ ମହିଳା SI କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୂଚନା ଅନୁସାରେ, ସମ୍ପୃକ୍ତ SI ଜଣକ ୨ ଦିନ ତଳେ ଅଫିସ୍ରେ ଯୋଗ ଦେବାକୁ ଆସିଥିଲେ। ଦେହ ଖରାପ ଲାଗୁଛି ବୋଲି କହିବାରୁ ତାଙ୍କର ସ୍ୱାବ୍ ଟେଷ୍ଟ୍ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍ ଆସିଥିଲା। ଏ ନେଇ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ଅବକାରୀ […]
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ଭୁବନେଶ୍ୱର ସ୍ଥିତ ଅଫିସ୍ରେ ଯୋଗ ଦେବାକୁ ଆସିଥିବା ଜଣେ ମହିଳା SI କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ସୂଚନା ଅନୁସାରେ, ସମ୍ପୃକ୍ତ SI ଜଣକ ୨ ଦିନ ତଳେ ଅଫିସ୍ରେ ଯୋଗ ଦେବାକୁ ଆସିଥିଲେ। ଦେହ ଖରାପ ଲାଗୁଛି ବୋଲି କହିବାରୁ ତାଙ୍କର ସ୍ୱାବ୍ ଟେଷ୍ଟ୍ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍ ଆସିଥିଲା। ଏ ନେଇ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ଏହି ଖବର ଜଣାପଡ଼ିବା ପରେ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ସାନିଟାଇଜ୍ କରାଯିବ ବୋଲି ସୂଚନା ମିଳିଛି।