ଖୋର୍ଦ୍ଧା: ଲାଞ୍ଚ ମାଗି ନିଲମ୍ବିତ ହେଲେ ମହିଳା ଏସ୍ଆଇ। ବେଗୁନିଆ ଥାନା ଏସ୍ଆଇ ସୁଜାତା ପଲେଇଙ୍କୁ ନିଲମ୍ବିତ କରିଛନ୍ତି ଖୋର୍ଦ୍ଧା ଏସ୍ପି। ଜଣେ ଅଭିଯୁକ୍ତର ମାଆଙ୍କୁ ଲାଞ୍ଚ ମାଗିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି।
ଏସ୍ଆଇ ଲାଞ୍ଚ ମାଗୁଥିବାର ଏକ ଅଡିଓ ୨ ଦିନ ତଳେ ଭାଇରାଲ ହୋଇଥିଲା। ଦୁଇ ଦିନ ତଳେ ଜଣେ ଯୁବତୀଙ୍କୁ କମେଣ୍ଟ ମାରିବାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ଖୁଣ୍ଟିରେ ବାନ୍ଧି ମାଡ଼ ମାରିଥିଲେ ଗ୍ରାମବାସୀ।
ପୁଲିସ ସେମାନଙ୍କ ଉଦ୍ଧାର କରିଥିଲା। ଲାଞ୍ଚ ନଦେଲେ ଦୁଇ ଜଣ ଯୁବକଙ୍କ ନାଁରେ କେସ୍ ରୁଜୁ କରିବାକୁ ବେଗୁନିଆ ଥାନା ଏସ୍ଆଇ ସୁଜାତା ପଲେଇ ଧମକ ଦେଇଥିଲେ। ଯାହାର ଅଡିଓ ଭାଇରାଲ୍ ହୋଇଥିଲା।