ବିବାହର ପ୍ରତିଶ୍ରୁତି ଦେଇ ମହିଳା ଏସ୍ଆଇଙ୍କୁ ଠକିଦେଲେ ଏସ୍ଆଇ
ଦାରିଙ୍ଗବାଡ଼ି: ପୋଲିସ SIଙ୍କ ନାଁରେ ଅନ୍ୟ ଜଣେ ମହିଳା ପୋଲିସ SIଙ୍କ ଦୁଷ୍କର୍ମ ଅଭିଯୋଗ। ଗଂଜାମ ଖଲ୍ଲିକୋଟ ଥାନାରେ କାର୍ଯ୍ୟରତ ପୋଲିସ ଏସ୍ଆଇ ସିଲୁ ଧଳଙ୍କ ନାଁରେ ଅଭିଯୋଗ କରିଛନ୍ତି ଜଣେ ମହିଳା। ଏସ୍ଆଇ କନ୍ଧମାଳ ଦାରିଙ୍ଗବାଡ଼ି ଥାନାରେ ସମ୍ପୃକ୍ତ ମହିଳା ଏସ୍ଆଇ ଅଭିଯୋଗ କରିଛନ୍ତି।
ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ମହିଳା। ଏସ୍ଆଇ ନ୍ୟାୟ ପ୍ରଦାନ କରିବାକୁ ମହିଳା ଏସ୍ଆଇ ଡିଜିପିଙ୍କ କ୍ୟାମ୍ପ ଅଫିସ୍ରେ ଦ୍ୱାରସ୍ଥ ହୋଇଛନ୍ତି।
ଏହା ପୂର୍ବରୁ ମହିଳା ଏସ୍ଆଇଙ୍କ ସହ ଶାରିରୀକ ସମ୍ପର୍କ ରଖି ପ୍ରତାରଣା କରିଥିବା ନେଇ କନ୍ଧମାଳ ସାରଙ୍ଗଡ଼ ଥାନାରେ ଏତଲା ଦେଇଥିଲେ। ଏହାପରେ ୨୦୧୯ରେ ଉଭୟ ବିବାହ କରିଥିଲେ। ବିବାହର ୧୦ ମାସ ବିତିଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିବା କହିଛନ୍ତି କହିଛନ୍ତି ସମ୍ପୃକ୍ତ ମହିଳା ଏସ୍ଆଇ।