ମଲକାନଗିରି: ଦୁଷ୍କର୍ମ ପୀଡ଼ିତା ମହିଳାଙ୍କ ମୃତ୍ୟୁ ଅଭିଯୋଗ। ମାଲକାନଗିରି ପୋଲିସ କ୍ୟାଣ୍ଟିନରେ କାମ କରୁଥିବା ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ କୋରାପୁଟରୁ ବ୍ରହ୍ମପୁର ସ୍ଥାନାନ୍ତର ବେଳେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା।
ଗତ ୭ ତାରିଖରେ ପୀଡ଼ିତା ଗୁରୁତର ଅବସ୍ଥାରେ ମିଳିଥିଲେ। ଗୁରୁତର ପୀଡ଼ିତାଙ୍କୁ ତାଙ୍କ ସ୍ୱାମୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ପତ୍ନୀଙ୍କ ସହିତ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଣିଥିଲେ ସ୍ୱାମୀ। ତେବେ ଗତକାଲି ତାଙ୍କ ମୃତ୍ୟୁ ହେବା ପରେ ଘଟଣାକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି।
ସେପଟେ ପୀଡ଼ିତା ମୃତ୍ୟୁ ମାମଲାରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ୍ ଅହମ୍ମଦ କମିଟି ଗଠନ କରିଛନ୍ତି। ପୂରା ମାମଲାର ତଦନ୍ତ ପାଇଁ ମାଲକାନଗିରି ଏଏସ୍ପିଙ୍କ ନେତୃତ୍ୱରେ ଟିମ୍ ଗଠନ ହୋଇଛି। ତଦନ୍ତ ପରେ ଯେ କେହି ବି ସଂପୃକ୍ତ ଥିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କହିଛନ୍ତି।