ଆତ୍ମସମର୍ପଣ ପରେ ଜେଲ୍ ଗଲେ ଏଇ ମହିଳା ପୋଲିସ୍ ଅଧିକାରୀ

ବାଲେଶ୍ୱର: ଟାଉନ ଥାନା ପୋଲିସ ଅଧିକାରୀ ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ମହିଳା ପୋଲିସ ଅଧିକାରୀ ସରୋଜିନୀ ନାୟକ ଏକ ଜମିଜମା ମାମଲାରେ ଜଣେ ବ୍ୟକ୍ତିଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଗତ ଜୁଲାଇରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ମାମଲା ପରଠାରୁ ସେ ଫେରାର ହୋଇଯାଇଥିଲେ।

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେ ଆଜି ବାଲେଶ୍ୱର ସ୍ଥିତ ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ତେବେ ତାଙ୍କର ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ତେବେ କୋର୍ଟ ପରିସର ବାହାରେ ସରୋଜିନୀ କହିଛନ୍ତି ଯେ, ମୁଁ ଅଢେଇ ବର୍ଷ ଧରି ଅନେକ କାମ କରିଛି। ମୋତେ ମିଛ କେସ୍‌ରେ ଫସାଇ ଦିଆଯାଇଛି। 

ସୂଚନା ଅନୁସାରେ, ବାଲେଶ୍ୱର ଟାଉନ୍‌ ଥାନାର ମହିଳା ଆଇଆଇସି ସରୋଜିନୀ ନାୟକଙ୍କ ନାମରେ ଜମିଜମାକୁ ନେଇ ଜଣେ ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିବାର ଅଭିଯୋଗ ହୋଇଥିଲା। ସରୋଜିନୀଙ୍କୁ ଧରିବା ପାଇଁ ସେତେବେଳେ ଭିଜିଲାନ୍ସ ତାର ଜାଲ ବିଛାଇଥିଲା। ଏହା ଭିତରେ ଅନ୍ତରୀଣ ଜାମିନ ପାଇଁ  ସେ ୩-୩ଥର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଏହାସହ ତଳ କୋର୍ଟରେ ତୁରନ୍ତ ଆତ୍ମସମର୍ପଣ କରିବା ପାଇଁ ସରୋଜିନୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଦୀର୍ଘ ୬ ମାସ ପରେ ସେ ଆଜି ସ୍ପେଶାଲ ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିଲେ। ସରୋଜିନୀଙ୍କୁ ଆଜି ନିରାଶ ହେବାକୁ ପଡ଼ିଛି। ବାଲେଶ୍ୱରର ସ୍ପେଶାଲ ଭିଜିଲାନ୍ସ କୋର୍ଟ ତାଙ୍କ ଜାମିନ୍ ନାମଞ୍ଜୁର କରିବା ସହ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଏହି ମାମଲାର ବିଚାର କରି  କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

ସେତେବେଳେ ଏହି ମାମଲାରେ ଅନ୍ୟ ଜଣେ ଅଧିକାରୀ ନରହରି ମହାଳିକ ଜେଲ ଯାଇଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହା ଆଗରୁ ସରୋଜିନୀଙ୍କ ନାମରେ ଏକାଧିକ ଅଭିଯୋଗ ରହିଥିଲା। ଭିଜିଲାନ୍ସ ମଧ୍ୟ ସରୋଜିନୀଙ୍କୁ ରିମାଣ୍ଡରେ ନେବାପାଇଁ କୋର୍ଟରେ ଆବେଦନ କରିଛି କିନ୍ତୁ ଏନେଇ କୋର୍ଟ ଶୁଣାଣି କରିନାହାନ୍ତି।

You might also like