• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଯାଜପୁର: ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କୁ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛି। ଗତକାଲି ବିଜେପିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାସ୍ଥଳ ଅନୁଧ୍ୟାନ କରିଥିଲା। ଏହାପରେ ଆଜି ଗଣମାଧ୍ୟମ ସାମ୍ନାରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ଆଣିଛି ବିଜେପି।

ଦଳର ବରିଷ୍ଠ ନେତା ତଥା ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି ଯେ, ସ୍ମିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ଏଥିସହିତ ଯଦି ସ୍ମିତା ଆତ୍ମହତ୍ୟା କରିଛନ୍ତି ତେବେ କେଉଁ ପରିସ୍ଥିତି ଏବଂ କାହିଁକି ଆତ୍ମହତ୍ୟା କରିବାକୁ ସେ ବାଧ୍ୟ ହେଲେ ବୋଲି ସେ ପ୍ରଶ୍ନ କରିଛନ୍ତି। କୌଣସି ସରକାରୀ ଯୋଜନା ପାଇଁ ତାଙ୍କୁ ଅତ୍ୟଧିକ ବାଧ୍ୟ କରାଯାଇଛି ବୋଲି ବିଜେପି ତଥ୍ୟ ଖୋଜି ପାଇଥିବା ପ୍ରକାଶ ମିଶ୍ର କହିଛନ୍ତି।

ଘଟଣାଦିନ ଗେଷ୍ଟହାଉସରେ ସରପଞ୍ଚଙ୍କ ସ୍ୱାମୀଙ୍କ ସହ ଏକାଧିକ ଲୋକ ଥିଲେ ବୋଲି ସେ କହିଛନ୍ତି। ସେହିପରି ଆହୁରି ସାଙ୍ଘାତିକ ତଥ୍ୟ ରଖି କହିଛନ୍ତି ଯେ, ରାମକୋ ନାମକ ଏକ ସିମେଣ୍ଟ କାରଖାନା କମ୍ପାନୀର ଜଣେ ଅଧିକାରୀ ସେ ସରପଞ୍ଚଙ୍କ ସ୍ୱାମୀଙ୍କ ଗେଷ୍ଟହାଉସକୁ ଆସନ୍ତି। ଯାହାଙ୍କ ତୃତୀୟ ମହଲା ସହ ନିବିଡ଼ ସଂପର୍କ ରହିଛି। ଏ ସମ୍ପର୍କରେ ଅଧିକ ଅନୁଧ୍ୟାନ କରି ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଉ, ଫଳରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଡିଜିପି ପ୍ରକାଶ ମିଶ୍ର କହିଛନ୍ତି।

ସେହିପରି ପ୍ରେସମିଟ୍‌ରେ ଗେଷ୍ଟହାଉସରେ ବିଜେଡିର ପତାକା ଉଡ଼ୁଥିବା ଏକ ଫଟୋ ଦେଖାଇ ବିଜେଡି ଆଡକୁ ଅଙ୍ଗୁଳି ଉଠାଇଛନ୍ତି ବରିଷ୍ଠ ନେତା ପ୍ରକାଶ ମିଶ୍ର। ସେହିପରିସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ସହ ସ୍ଥାନୀୟ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ଉଠାଇଥିବା ଏକ ଫଟୋକୁ ଦେଖାଇ ବିଜେଡି ଆଡକୁ ଅଙ୍ଗୁଳି ଉଠାଇଛନ୍ତି ବିଜେପି ନେତା ଗୌତମ ରାୟ ଏବଂ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେମାନେ କହିଛନ୍ତି ଯେ, ଏହି ଗେଷ୍ଟହାଉସରେ ହିଁ ପଞ୍ଚାୟତ ଅଫିସ ଚାଲୁଥିଲା। ଯାହାକୁ ରଙ୍ଗଶାଳା ଭାବେ ବ୍ୟବହାର କରାଯାଉଥିଲା। ସେପଟେ ରାମ୍‌କୋ କମ୍ପାନୀର ସଂପୃକ୍ତି ଘଟଣା କମ୍ପାନୀର ଡିଜିଏମ୍ ଏଚ୍ଆର୍ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି।

ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିବା ସହ କଂଗ୍ରେସ ମଧ୍ୟ ସିବିଆଇ ତଦନ୍ତ ଦାବି କରିଛି। ଅପରପକ୍ଷେ ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ପୁଲିସ ଘଟଣାର ତଦନ୍ତ କରୁଛି। ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରିବା ଅନୁଚିତ୍।

https://youtu.be/eyD06Wh7q4E

Lady-peo-death-bjp-levels-serious-allegations1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories