ଚୋରା ମଦ ବେପାରୀଙ୍କ ପାଇଁ କାଳ ସାଜିଲେ ମହିଳା ଅଫିସର
ରାୟଗଡ଼ା : ଚର୍ଚ୍ଚାରେ ଶେଷଖାଲ ଥାନା ଆଇଆଇସି। ଚୋରା ମଦ ବେପାରୀଙ୍କ ପାଇଁ କାଳ ସାଜିଛନ୍ତି ଏହି ମହିଳା ଅଫିସର। ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନାର ଆଇଆଇସି ବିଜୟଲକ୍ଷ୍ମୀ ହିକକ୍କାଙ୍କ ସାହସିକତାକୁ ନେଇ ସାରା ଜିଲ୍ଲାରେ ଲାଗି ରହିଛି ଚର୍ଚ୍ଚା।
ଶେଷଖାଲ ଆଇଆଇସି ଭାବେ ଦାୟିତ୍ୱ ନେବାପରେ ଚୋରା ମଦବେପାରୀଙ୍କ ଉପରେ ସେ ଘନ ଘନ ଚଢ଼ଉ ଜାରି ରଖିଛନ୍ତି। ଆନ୍ଧ୍ର-ଓଡ଼ିଶା ସୀମାରେ ଚୋରା ମଦ କାରବାର ଚାଲିଥିବାବେଳେ ଚଢ଼ଉ କରି ପ୍ରାୟ ୩ ହଜାର ଲିଟର ମଦ ଜବତ ହୋଇଛି।
ମହିଳା ପୁଲିସ ଅଧିକାରୀ ବିଜୟଲକ୍ଷ୍ମୀଙ୍କ ସାହସିକତା ଏବଂ କର୍ତ୍ତବ୍ୟନିଷ୍ଠା ଯୋଗୁଁ ତାଙ୍କୁ ପୁରସ୍କାର ପାଇଁ ଉପରିସ୍ଥ ଅଧିକାରୀଙ୍କୁ ସୁପାରିସ କରାଯିବ ବୋଲି କହିଛନ୍ତି ଏସ୍ପି।