ଢାବାରେ ଜଣେ ବୃଦ୍ଧାଙ୍କୁ ନିସ୍ତୁକ ମାରୁଛନ୍ତି ଢାବା ମାଲିକାଣି; ଭିଡିଓ ଭାଇରାଲ୍

ଅନୁଗୁଳ;  ରେଙ୍ଗାଳି ଥାନା ଅନ୍ତର୍ଗତ ରେଙ୍ଗାଳି ବଜାରରେ ଥିବା ଏକ ଢାବାରେ ଜଣେ ବୃଦ୍ଧାଙ୍କୁ ଢାବା ମାଲିକାଣି ନିସ୍ତୁକ ମାଡ଼ ମାରିବା ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍ ହୋଇଛି।

ମାଲିକାଣିଙ୍କ ଢାବାରେ ଗୌରୀ ମୁଣ୍ଡା ନାମକ ଜଣେ ବୃଦ୍ଧା ଦୀର୍ଘ ବର୍ଷ ଧରି କାମ କରିଆସୁଥିଲେ। ମାତ୍ର ସେ ହାଲିଆ ହୋଇ ଟିକେ ଶୋଇ ପଡ଼ିଥିବାରୁ ମାଲିକାଣୀଙ୍କ ରାଗ ପଞ୍ଚମ ହୋଇଯାଇଥିଲା। ଏହାକୁ ନେଇ ଢାବା ମାଲିକାଣି ଉତ୍ତ୍ୟକ୍ତ ହୋଇ ନିର୍ଧୁମ ମାଡ଼ ମାରିଥିଲେ। ତେବେ ଏ ନେଇ ଥାନାରେ ଅଭିଯୋଗ ହୋଇ ନାହିଁ।

You might also like