ଭଡ଼ା ଘରୁ ଡାକ୍ତରାଣୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭଡ଼ାଘରୁ ଡାକ୍ତରାଣୀଙ୍କ ମୃତଦେହ ଉଦ୍ଧାର। ପଟିଆ ସ୍ଥିତ ଶ୍ରୀବିହାର ଅଞ୍ଚଳରେ ଭଡ଼ା ଘରେ ରହୁଥିବା ଜଣେ ଡାକ୍ତରାଣୀଙ୍କ ମୃତଦେହକୁ ସନ୍ଦେହଜନକ ଭାବେ ପୁଲିସ୍‌ ଆଜି ଉଦ୍ଧାର କରିଛି।

ସେ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁ ମନସ୍ୱିନୀ ବାରିକ।

ସୂଚନା ଅନୁସାରେ, ଘର ଭିତରୁ କବାଟ ଭାଙ୍ଗି ତାଙ୍କୁ ପ୍ରଥମେ ଉଦ୍ଧାର କରାଯାଇଥିଲା। ମୁର୍ମୂଷ ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମନସ୍ୱିନୀଙ୍କ ଘର ପଶ୍ଚିମ ଓଡ଼ିଶାର। ସେ ବାହା ହୋଇଥିଲେ। ତେବେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା।

ତାଙ୍କ ରୁମ୍‌ରୁ କିଛି ସିରିଞ୍ଜ୍‌ ଓ ଇଞ୍ଜେକ୍‌ସନ୍‌ ଜବତ କରାଯାଇଛି। ଫଳରେ ଇଞ୍ଜେକ୍‌ସନ୍‌ ନେଇ ତାଙ୍କର ମୃତ୍ୟୁ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ତେବେ ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି, ତାହା ସ୍ପଷ୍ଟ ହୋଇନି।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।

You might also like