ରୋଷେଇ ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଗ୍ୟାସ ସିଲିଣ୍ଡର ଫାଟି ଓଡ଼ିଆ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଭିକ୍ଟୋରିଆ ମେମୋରିଆଲ ମେଡିକାଲରେ ଭର୍ତ୍ତି କରାଯାଇଛି।
ମୃତକ ଓ ଆହତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସୋନପୁର ପଂଚାୟତ ଗାହାକିଆ ଗାଁର ବୋଲି ଜଣାପଡ଼ିଛି। ମୃତ୍ୟୁ ହୋଇଥିବା ଯୁବତୀ ଜଣକ ହେଲେ ଗାହକିଆ ଗାଁର ବରଣୀ ପ୍ରଧାନ।
ରୋଷେଇ କରୁଥିବା ବେଳେ ସିଲିଣ୍ଡର ଫାଟି ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଏହି ଖବର ପହଂଚିବା ପରେ ଗାହକିଆ ଅଂଚଳରେ ଏବେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପଟେ ପରିବାର ଲୋକେ ମୃତ ଶରୀର କିଭଳି ଗାଁକୁ ଆସିପାରିବ ସେ ନେଇ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେବା ଲାଗି ନିବେଦନ କରିଛନ୍ତି।