ବେଶରେ ପୁରାପୂରି ଘରଣୀ, ହେଲେ ପେଶାରେ ଅଟୋ ଡ୍ରାଇଭର

କେନ୍ଦୁଝର: କୁହାଯାଏ ଦୃଢ ଇଚ୍ଛାଶକ୍ତି ଓ ମନୋବଳ ଆଗରେ ସବୁକିଛି ହାର୍‌ ମାନେ। ଆଉ ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତିି କେନ୍ଦୁଝର ଜିଲ୍ଲାର ମହିଳା ଅଟୋ ଚାଳକ କବିତା ପ୍ରଧାନ। ଯିଏ ଦିନେ ପରିବାର କିପରି ଚଳିବ ସେନେଇ ଚିନ୍ତାରେ ଥିଲେ, ଆଜି ସେ ସ୍ୱାବଲମ୍ବୀ। ଖାଲି ସେ ସ୍ୱାବଲମ୍ବୀ ହୋଇନାହାନ୍ତି ବରଂ ଅନ୍ୟମାନଙ୍କ ପାଇଁ ଉଦାହରଣ ମଧ୍ୟ ସାଜିଛନ୍ତି।

ଦେଖିବାକୁ ପୁରାପୂରି ସାଧାସିଧା ଘରଣୀ। ହେଲେ ପେଶାରେ ଅଟୋ ଚାଳକ। କେନ୍ଦୁଝର ଜିଲ୍ଲା ଝୁମ୍ପରା ବ୍ଳକ ନହବେଡ଼ା ଗାଁର ଏହି ମହିଳା ଅଟୋ ଚାଳକଙ୍କ ପରିବାର କହିଲେ ସ୍ୱାମୀ, ଶାଶୂ, ଦୁଇ ଝିଅ,ଦିଅର ଏବଂ ତାଙ୍କର ଦୁଇ ଝିଅ।

odisha

ବଡ଼ ପରିବାର ହେଲେ ରୋଜଗାର୍ କମ୍। କବିତାଙ୍କ ସ୍ୱାମୀ ଶଙ୍କର୍ଷଣ ପରିବା ବ୍ୟବସାୟ କରୁଥିବାବେଳେ ସ୍ୱାମୀଙ୍କ ସହ ମିଶି କବିତା ସାହାଯ୍ୟ କରୁଥିଲେ। ହେଲେ ଏଥିରେ ବି ପରିବାର ଠିକ୍‌ ଭାବରେ ପୋଷଣ ହୋଇପାରି ନ ଥିଲା। ଏହାପରେ ଶଙ୍କର୍ଷଣ, କବିତାଙ୍କୁ ଅଟୋ ଚଲାଇବା ଶିଖାଇଥିଲେ। ଆଉ ତା’ ପରଠୁ ସେ କେବେ ବି ପଛକୁ ଫେରି ନାହାନ୍ତି।

ସକାଳୁ ଉଠି ଘର କାମ ସବୁ କରି ସାରିବା ପରେ ଅଟୋ ଧରି ସେ ଘରଣୀ ଭଳି ଶାଢ଼ୀ ପିନ୍ଧି ଅଟୋ ଚଲାଇବାକୁ ବାହାରି ପଡ଼ନ୍ତି। ଦିନସାରା ଅଟୋ ଚଲାଇବା ପରେ ସନ୍ଧ୍ୟାରେ ଘରକୁ ଫେରନ୍ତି। ଯିଏ ଦିନେ ଶାଶୁ ସୁମିତ୍ରାଙ୍କ ସହ ହାଟକୁ ଯାଉଥିଲେ, ଆଜି ସେ  ନିଜେ ଅଟୋ ଚଲାଉଛନ୍ତି। ମହିଳା ହୋଇ ଅଟୋ ଚଲାଉଥିବାରୁ ପ୍ରଥମେ ଅନେକ କଥା ତାଙ୍କୁ ଶୁଣିବାକୁ ପଡିଥିଲା।

ହେଲେ ଏବେ କବିତା ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ନିଜ ଗୋଡ଼ରେ ନିଜେ ଛିଡା ହୋଇଥିବାରୁ ବେଶ୍‌ ଖୁସି ବୋଲି ସେ କହିଛନ୍ତି। କବିତାଙ୍କୁ ନେଇ ତାଙ୍କ ସ୍ୱାମୀଙ୍କ ସହ ପରିବାର ଲୋକେ ବି ବେଶ୍‌ ଖୁସି। ବୋହୂର ଏଭଳି ମନୋବଳକୁ ନେଇ କବିତାଙ୍କର ପରିବାର ଲୋକେ ବେଶ୍‌ ଗର୍ବ ଅନୁଭବ କରୁଛନ୍ତି।

ଆହୁରି ପଢ଼ନ୍ତୁ

ପୁଣି ଚର୍ଚ୍ଚାରେ ରିଟର୍ଣ୍ଣିଂ ଅଫିସର

କମ୍‌ଦାମରେ ଖୁବ୍‌ଶୀଘ୍ର ଲଞ୍ଚ୍ ହେବ ଏହି ଆଇଫୋନ୍‌; ଆପଣ ବି କିଣିପାରିବେ

ଇଣ୍ଟର୍‌ନେଟ୍‌ ଓ ସିମ୍‌ ଅନ୍‌ ରହିବ କିନ୍ତୁ କଲ୍‌ ଆସିବନି ଚାହୁଁଛନ୍ତି ? ଜାଣନ୍ତୁ ସିକ୍ରେଟ୍‌ ଟ୍ରିକ୍ସ

ଏସ୍‌ପି ଅଫିସ ଆଗରେ ଜୋତା ସଫା କରୁଛନ୍ତି ଅବସରପ୍ରାପ୍ତ ଏସ୍‌ପି

ଦାଦାଙ୍କ ପ୍ରେମ କାହାଣୀ : ନିଜର ପ୍ରେମିକାଙ୍କୁ ଉଠାଇ ନେଇ ପଳାଇଥିଲେ ସୌରଭ

ଅସରପା ଟାଣୁଛି ସିଗାରେଟ୍‌ ! ଭିଡିଓ ଭାଇରାଲ

ଘରେ ବସି ଶସ୍ତାରେ ଗିଫ୍ଟ କରନ୍ତୁ 4G ଫୋନ୍‌

ରାଜଧାନୀରେ ପାର୍କିଂ କେଳେଙ୍କାରୀ

ବାଳିକା ବିଦ୍ୟାଳୟକୁ କମ୍‌ ବୟସର ପୁରୁଷ ଶିକ୍ଷକଙ୍କୁ ମନା !

ବିସ୍ମୟ ବାଳିକାଙ୍କ ଅବିଶ୍ୱସନୀୟ କାର୍ଯ୍ୟ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ

ଲୁଟିବା ବଦଳରେ ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଲେ ଲୁଟେରା

ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା

You might also like