ଲେଡି ଆଡଭୋକେଟଙ୍କ ମୃତ୍ୟୁ ସସ୍‌ପେନ୍ସ ; ଫେରାର ବୟଫ୍ରେଣ୍ଡଙ୍କ ଟେର୍ ପାଉନି ପୁଲିସ

ଭୁବନେଶ୍ୱର : ଆଡଭୋକେଟ ଦୀପାଳିଙ୍କ ମୃତ୍ୟୁକୁ ନେଇ ଏବେ ଅଡୁଆରେ ବୟଫ୍ରେଣ୍ଡ ବିକ୍ରମ କେଶରୀ ମିଶ୍ର। ମୃତ୍ୟୁର ୩ ଦିନ ପରେ ବି ବିକ୍ରମ ଫେରାର ଥିବାରୁ ତାଙ୍କ ଉପରେ ପୁଲିସର ସନ୍ଦେହ ଘନୀଭୂତ ହେବାରେ ଲାଗିଛି । ସେପଟେ ବିକ୍ରମଙ୍କ ସହ ଦୀପାଳିଙ୍କ ପ୍ରେମ କଥା ପରିବାର ଲୋକେ ମଧ୍ୟ ଜାଣିନଥିବା ବିକ୍ରମଙ୍କ ମାଆ କହିଛନ୍ତି । ଲେଡି ଆଡଭୋକେଟ ଦୀପାଳୀ  ପ୍ରିୟଦର୍ଶିନୀ ଜେନାଙ୍କ ମୃତ୍ୟୁକୁ ନେଇ ଦୀପାଳିଙ୍କ ବୟଫ୍ରେଣ୍ଡ ବିକ୍ରମ ମିଶ୍ରଙ୍କ ଅଡୁଆ ବଢିଛି।

କୁଆଡ଼େ ଗଲେ ବିକ୍ରମ? ମୋବାଇଲ ବନ୍ଦ କରି ଫେରାର ରହିବା ପଛରେ ରହସ୍ୟ କ’ଣ ?  ମୃତ୍ୟୁର ୩ ଦିନ ପରେ ବି ପୁଲିସ ପାଉନି ବୟଫ୍ରେଣ୍ଡ  ବିକ୍ରମଙ୍କ ଟେର୍ । ଆଡଭୋକେଟ ଦୀପାଳୀଙ୍କ ମୃତ୍ୟୁ ପୂର୍ବରୁ ଦୀପାଳିଙ୍କ ସହ ବିକ୍ରମ ବିତାଇଥିବା ସେଇ  ୭ଘଣ୍ଟାରେ କ’ଣ ହୋଇଥିଲା ? ଉଭୟଙ୍କ ଭିତରେ କୌଣସି କାରଣକୁ ନେଇ ମତାନ୍ତର ମନାନ୍ତର ହୋଇଥିଲା କି ?  ଏପଟେ ଦୀପାଳିଙ୍କ ସାନ ଉଭଣୀ ଶେଫାଳିଙ୍କର ୧୬୧ ଧାରାରେ ବୟାନ ରେକର୍ଡ କରିଛି ଧଉଳି ପୁଲିସ।  ମୃତ୍ୟୁର ୨ ଦିନ ପୂର୍ବରୁ ବୟଫ୍ରେଣ୍ଡ ତାଙ୍କ ଘରକୁ ଯାତାୟତ କରୁଥିଲେ। ଏପରିକି  ଶନିବାର ରାତିରେ ଯେଉଁଦିନ ଦୀପାଳିଙ୍କ ମୃତ୍ୟୁ ହେଲା, ସେଦିନ ମଧ୍ୟ ବୟଫ୍ରେଣ୍ଡ ଓ ଦୀପାଳି ଗୋଟିଏ ଘରେ ଥିଲେ । ଦୀପାଳି ଜଣେ ଆଇନଜୀବୀଙ୍କ ଚାମ୍ବରରେ କାମ କରୁଥିବାବେଳେ ସେହି ଆଇନଜୀବୀ ପ୍ରତିକ୍ରିୟା ରଖିଛନ୍ତି। ଘଟଣାରେ ବୟଫ୍ରେଣ୍ଡ ବିକ୍ରମଙ୍କ ଉପରେ ସନ୍ଦେହ ହେଉଥିବାରୁ ପୁଲିସ ତଦନ୍ତ କରି ଦୋଷୀଙ୍କୁ ଧରିବାପାଇଁ ସେ ଦାବି କରିଛନ୍ତି। ଏପଟେ ଦୀପାଳିଙ୍କ ସହ ବିକ୍ରମର ପ୍ରେମ କଥା ପରିବାର ଲୋକେ ବି ଜାଣିନଥିବା ବିକ୍ରମଙ୍କ ମା କହିଛନ୍ତି।

ତେବେ କେଉଁ କାରଣ ପାଇଁ ଆଡଭୋକେଟ ଦୀପାଳି ଓ ବୟଫ୍ରେଣ୍ଡଙ୍କ ଭିତରେ ବଚସା ହୋଇଥିଲା ? ଏମିତି କି ଘଟଣା ଘଟିଥିଲା ଯେ, କବାଟ ବନ୍ଦ କରି ଆତ୍ମହତ୍ୟା କଲେ ତାକୁ ନେଇ ସନ୍ଦେହ ଉଠିଛି। ସେପଟେ ଫେରାର ବୟଫ୍ରେଣ୍ଡ  ବିକ୍ରମ କସମେଟିକ ବ୍ୟବସାୟ କରୁଥିବା ଜଣାପଡିଛି। ତେବେ ତଦନ୍ତ ଚାଲିଛି, ଖୁବ୍ ଶୀଘ୍ର ଘଟଣାରୁ ପରଦା ହଟିବ ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି। ବୟଫ୍ରେଣ୍ଡ ବିକ୍ରମ ଧରାପଡିଲେ, ଦୀପାଳିଙ୍କ ମୃତ୍ୟୁ ରହସ୍ୟର ଉନ୍ମୋଚନ ହୋଇପାରିବ ବୋଲି ଆଶା କରାଯାଉଛି।

You might also like