ଗୁରୁତର ରୋଗୀଙ୍କ ପାଇଁ ଭେଣ୍ଟିଲେଟର ଓ ଆଇସିୟୁ ଗଲା କୁଆଡେ?

ବଲାଙ୍ଗିର: କୋଭିଡ୍ ମୁକାବିଲା ପାଇଁ ବ୍ୟବସ୍ଥା ଯାହା ହେବା କଥା, ବଲାଙ୍ଗିର ଜିଲ୍ଲାରେ ତାହା ନାହିଁ। ତେଣୁ ବଲାଙ୍ଗିର କୋଭିଡ ରୋଗୀଙ୍କୁ ଛତିଶଗଡ଼ ଭରସା। କୋଭିଡ୍‌ରେ ଆକ୍ରାନ୍ତ ନିଜ ଭାଇଙ୍କ ସହ ଘଟିଥିବା ଘଟଣାର ଅବତାରଣା କରି ଶଙ୍କରଲାଲଙ୍କ ଅଭିଯୋଗ, କୋଭିଡ୍‌ରେ ଆକ୍ରାନ୍ତ ହୋଇ ଅତି ଗୁରୁତର ଅବସ୍ଥାରେ ଥିବା ତାଙ୍କ ଭାଇଙ୍କୁ ଭୀମଭୋଇ ମେଡିକାଲ କଲେଜ ଆଇସୋଲେସନ୍ ସେଣ୍ଟରକୁ ନିଆଯାଇଥିଲା। ହେଲେ ସେଠି ଭେଣ୍ଟିଲେଟର କି ଆଇସିୟୁର ସୁବିଧା ମିଳିଲାନି। ନମ୍ବର ଧରାଇ ଅପେକ୍ଷା କରିବାକୁ କୁହାଗଲା। ଘରୋଇ କୋଭିଡ୍ ହସ୍ପିଟାଲରେ ବି ସ୍ଥିତି ତଦ୍ରୁପ ଦେଖି ବାଧ୍ୟ ହେଲେ ଭାଇକୁ ରାୟପୁର ନେବାକୁ।

-ଥିଲାବାଲାଙ୍କ ପାଇଁ ବାହାରକୁ ଚିକିତ୍ସା ପାଇଁ ଯିବାରେ ହୁଏତ ସମସ୍ୟା ନଥାଇପାରେ, ହେଲେ ଦହଗଞ୍ଜ ହେଉଛନ୍ତି ନଥିଲାବାଲା ଯେମିତି ରାଜେନ୍ଦ୍ର ପଟ୍ଟନାୟକ କରୋନା ଆକ୍ରାନ୍ତ ନିଜ ବଡ଼ଭାଇଙ୍କ ଜୀବନ ବଞ୍ଚାଇବାକୁ ତାଙ୍କ ପରିବାରକୁ ଜମିବାଡ଼ି ବିକି ରାୟପୁର ଯିବାକୁ ପଡ଼ିଛି।

କେବଳ ବଲାଙ୍ଗିର ସହର ନୁହେଁ, ପୂରା ଜିଲ୍ଲାରେ ଏକା ଟ୍ରେଣ୍ଡ। କୋଭିଡ ସଂଖ୍ୟା ବଢୁଥିବା ବେଳେ ହସପିଟାଲରେ ବେଡ, ଡାକ୍ତର, ଆଇସିୟୁ ଓ ଭେଣ୍ଟିଲେଟରର ଗୁରୁତର ଅଭାବର ପୁଳା ପୁଳା ଅଭିଯୋଗ।  ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବି ବଢୁଥିବାରୁ ଭୟଭୀତ ଲୋକେ। କିଛି ବି ରିସ୍କ ନେବାକୁ ଚାହୁଁନାହାନ୍ତି ଏପରିକି କଣ୍ଟାବାଞ୍ଜି ସହରର ଅଧିକାଂଶ ଲୋକେ କୋଭିଡ ପଜିଟିଭ ଚିହ୍ନଟ ହେଲା ପରେ ବଲାଙ୍ଗିର କୋଭିଡ ହସପିଟାଲ ବଦଳରେ ଧାର କରଜ କରି ସିଧା ରାୟପୁର ରାସ୍ତା ଧରୁଛନ୍ତି।

ଏପଟେ ଗତ କିଛି ଦିନ ହେବ ସ୍ୱାସ୍ଥ୍ୟ ଅବସ୍ଥାକୁ ଟ୍ରାକ୍‌କୁ ଆଣିବାକୁ ବିଭିନ୍ନ ହସପିଟାଲ ଗସ୍ତ କରି ତାଗିଦ୍ କରୁଛନ୍ତି ଜିଲ୍ଳାପାଳ।  କିନ୍ତୁ ସ୍ଥିତି ଯାହାକୁ ତାହା ହେଲେ ଜିଲ୍ଲାପାଳଙ୍କ କହିବା କଥା, କରୋନା ରୋଗୀଙ୍କ ପାଇଁ ଜିଲ୍ଲାରେ ଯଥାସମ୍ଭବ ସୁବିଧା କରାଯାଉଛି।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟିକା ମାଗଣାରେ ଦିଆଯିବ କି? ରଣେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ବିଶ୍ୱାସରେ ବିଷ ଦେଇଦେଲେ ସାଙ୍ଗ !

ଥାନା ଅଧିକାରିଣୀଙ୍କ ଶୁଭେଚ୍ଛା ବିଜ୍ଞାପନରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ

‘ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି?’

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର

ରାସ୍ତାରୁ ଉଠୁ ନାହାନ୍ତି ମହିଳା

ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

You might also like