• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: କୋଭିଡ୍ ଲଢ଼େଇରେ ଏବେ ପ୍ରବାସୀ ଫେରନ୍ତାଙ୍କୁ ନେଇ ଚିନ୍ତା। ରାଜ୍ୟକୁ ପ୍ରକୃତରେ କେତେ ଲୋକ ଆସିବେ ସେ ନେଇ କାହା ପାଖରେ ନିର୍ଦ୍ଦିଷ୍ଟ ଉତ୍ତର ନ ଥିଲା ବେଳେ ଏବେ ସୁଦ୍ଧା ଅଢ଼େଇ ଲକ୍ଷ ପ୍ରବାସୀଙ୍କ ରହିବା ପାଇଁ ବି ଭିତ୍ତିଭୂମି ନାହିଁ। ଏଭଳି ସ୍ଥିତିରେ ଭିତ୍ତିଭୂମି ସଜାଡ଼ିବା ପରେ ପ୍ରବାସୀଙ୍କୁ ଆଣିବାକୁ ବିରୋଧୀ ପରାମର୍ଶ ଦେଇଛନ୍ତି। ତେବେ ପରିବହନ ମନ୍ତ୍ରୀ କହିଛନ୍ତି ସମସ୍ୟା ଉପୁଜିଲେ ସମାଧାନ ହେବ। ସେପଟେ କାର୍ଡ ନଥିଲେ ବି ଓଡ଼ିଶା ଫେରନ୍ତା ସବୁ ଶ୍ରମିକଙ୍କୁ ରାସନ୍ ଦିଆଯିବାର ବ୍ୟବସ୍ଥା ପାଇଁ ଜିଲ୍ଲା ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

୪୮ ଘଣ୍ଟାରେ ୪ ଲକ୍ଷ ୮୬ ହଜାର ପ୍ରବାସୀଙ୍କ ପଞ୍ଜୀକରଣ ହୋଇଛି। କୋଭିଡ୍ ମୁଖ୍ୟ ମୁଖପାତ୍ର ଓ ଆଇ ଆଣ୍ଡ ପିଆର୍‌ର ଗତକାଲିର ଟୁଇଟ୍ ଅନୁସାରେ ପ୍ରବାସ ଫେରନ୍ତାଙ୍କୁ ପଞ୍ଚାୟତସ୍ତରରେ କ୍ୱାରେଣ୍ଟିନ୍ରେ ରଖିବାକୁ ଏବେ ସୁଦ୍ଧା ହୋଇଛି ୨ ଲକ୍ଷ ୨୭ ହଜାର ଶଯ୍ୟା ସମ୍ବଳିତ ୭ ହଜାର ୧୦୨ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର।

ଏପଟେ ସୁରତରୁ ୪ଟି ବସ୍‌ରେ ଦୁଇଶହରୁ ଅଧିକ ଶ୍ରମିକ ଫେରୁଛନ୍ତି ତ ଲକ୍‌ଡାଉନ୍ ନିୟମ ଭାଙ୍ଗି ସମୁଦ୍ର ପଥରେ ବି ବାହାର ରାଜ୍ୟରୁ ଫେରିବାରେ ଲାଗିଲେଣି ଶ୍ରମିକ।

ତେଣୁ ସରକାରଙ୍କ ୫ ଲକ୍ଷର ଆକଳନ ଏକଦମ୍ ଫେଲ୍ ମାରିବା ପରେ ଏବେ ସବୁଠୁ ବଡ଼ ପ୍ରଶ୍ନ ଲକ୍‌ଡାଉନ୍ ପରେ ପ୍ରକୃତରେ ରାଜ୍ୟକୁ କେତେ ଲୋକ ଫେରିବେ? ଏବେ ସୁଦ୍ଧା ଅଢ଼େଇ ଲକ୍ଷ ଲୋକଙ୍କ ପାଇଁ ବ୍ୟବସ୍ଥା ହୋଇ ପାରି ନଥିଲା ବେଳେ ଖୋଦ୍ ଶାସକ ଦଳର ନେତାଙ୍କ ଆକଳନ କହୁଛି ସଂଖ୍ୟା ୧୦ ଲକ୍ଷ ଟପିବ। ତେଣୁ ଏତେ ଲୋକ ରହିବେ କେଉଁଠି? କିଭଳି ହେବ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା?

ଏପଟେ ପଞ୍ଚାୟତସ୍ତରୀୟ କ୍ୱାରେଣ୍ଟିନ ସେଣ୍ଟର ପାଇଁ ଗାଇଡ୍ ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଏହି ଗାଇଡ୍‌ଲାଇନ୍‌ ଅନୁସାରେ, ବୟସ୍କଙ୍କ ପାଇଁ ଖାଇବା ଖର୍ଚ୍ଚ ଦିନକୁ ୧୨୦ ଟଙ୍କା ଓ ପିଲାଙ୍କ ପାଇଁ ୧୦୦ ଟଙ୍କା ରହିଛି। ସକାଳେ, ଖରାବେଳେ ଓ ରାତିରେ ତିନିବେଳା ଖାଦ୍ୟ ସହିତ ସଂଧ୍ୟାରେ ଚା ବ୍ୟବସ୍ଥା ମଧ୍ୟ ଅଛି।

୧୪ ଦିନ ପାଇଁ ପ୍ରତ୍ୟେକଙ୍କୁ ୩ଶହ ଟଙ୍କା ମୂଲ୍ୟର ନିତ୍ୟ ବ୍ୟବହାର୍ଯ୍ୟ କିଟ୍, ପ୍ରତି କେନ୍ଦ୍ର ପାଇଁ ଦୈନିକ ସଫେଇ, ସାନିଟେସନ ଖର୍ଚ୍ଚ ୨ ହଜାର ଟଙ୍କା ରହିବ ଅନ୍ତେବାସୀଙ୍କ ନାଁ ରେଜିଷ୍ଟରକୁ ଚଢ଼ିବା ସହ, ୱେବସାଇଟରେ ଅପଲୋଡ ହେବ। ଅନ୍ତେବାସୀଙ୍କ ଗୋପନୀୟତା, ସୁରକ୍ଷାକୁ ଗୁରୁତ୍ୱ  ପୁରୁଷ, ମହିଳାଙ୍କ ନିମନ୍ତେ ଅଲଗା ପାଇଖାନା, ଥଣ୍ଡା, କାଶ ଥିବା ଲୋକଙ୍କ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ଓ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ଅନ୍ତେବାସୀଙ୍କ ଦୈନିକ ସ୍ୱାସ୍ଥ୍ୟ ଯାଞ୍ଚ ଆଦି କରାଯିବାର ବ୍ୟବସ୍ଥା ରହିଛି।

ହେଲେ ପ୍ରଶ୍ନ ଉଠୁଛି, ଏପର୍ଯ୍ୟନ୍ତ ଯେଉଁଠି କ୍ୱାରେଣ୍ଟିନ୍ ସେଣ୍ଟର ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇ ନାହିଁ, ସେଠି ସ୍ଥିତିର କିଭଳି ପରିଚାଳନା କରିବେ ସରକାର। ଏଭଳି ସ୍ଥିତିରେ ଆଗ ଭିତ୍ତିଭୂମି ସଜାଡ଼ି ପରେ ପ୍ରବାସୀଙ୍କୁ ଆଣିବାର ବ୍ୟବସ୍ଥା କରାଯିବା ଉପରେ ବିରୋଧୀ ପରାମର୍ଶ ଦେଇଥିଲା ବେଳେ, ପରିବହନ ମନ୍ତ୍ରୀ କହିଛନ୍ତି ସମସ୍ୟା ଉପୁଜିଲେ ସମାଧାନ କରାଯିବ।

ଏପଟେ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମସ୍ତ ଯୋଗ୍ୟ ଶ୍ରମିକଙ୍କ ରାସନ୍ କାର୍ଡ ଥାଉ ବା ନଥାଉ ରାସନ୍ ଦିଆଯିବାର ବ୍ୟବସ୍ଥା ସହ ଆଗାମୀ ୮/୧୦ ଦିନକୁ ଦୃଷ୍ଟିରେ ରଖି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ସେହିପରୁ ଶ୍ରମିକଙ୍କୁ କାମ ଯୋଗାଇବା ଉଦ୍ଦେଶ୍ୟରେ ମନରେଗାରେ ଦୈନିକ ୫ ଲକ୍ଷ ମାନବ ଦିବସକୁ ୧୦ଲକ୍ଷକୁ ବୃଦ୍ଧି କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଆଇସିଏମ୍ଆର ଦ୍ୱାରା ସ୍ୱୀକୃତ ଘରୋଇ ଲାବ୍ରୋଟାରୀକୁ ବ୍ୟବହାର କରିବା ଏବଂ ନମୁନା ପରୀକ୍ଷଣକୁ ୧୫ ହଜାରକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Lack-of-quarantine-center-facility-for-migrant-odia
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories