ସମୁଦ୍ର ପଥ ଦେଇ ଡଙ୍ଗାରେ ଚେନ୍ନାଇରୁ ଗଞ୍ଜାମକୁ ଶ୍ରମିକ ଆସିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ସମୁଦ୍ର ପଥ ଦେଇ ଡଙ୍ଗାରେ ଚେନ୍ନାଇରୁ ଗଞ୍ଜାମକୁ ଶ୍ରମିକ ଆସିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ଏହି ଘଟଣାରେ ସମ୍ପୃକ୍ତ ଡଙ୍ଗା ଜବତ ହୋଇଛି। ଏଭଳି ପରିସ୍ଥିତି ଆଗରୁ ଉପୁଜି ନଥିଲା। ଜଙ୍ଗଲ ଓ ପାହାଡ଼ ଦେଇ ମଧ୍ୟ ଲୋକ ଆସୁଛନ୍ତି। ଏପରି ବିପଦଜନକ ଭାବେ କେହି ଆସିବା କଥା ନୁହେଁ, ପୁଣି ଯଦି କେହି ଆସନ୍ତି, ତାହାଲେ ଆଗକୁ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।

ଏପଟେ ରେଲୱେ ଆଣ୍ଡ୍ କୋଷ୍ଟାଲ ସିକ୍ୟୁରିଟି ଏଡିଜିପି ପ୍ରାଣବିନ୍ଦୁ ଆଚାର୍ଯ୍ୟ କହିଛନ୍ତି, ଉପକୂଳବର୍ତ୍ତି ଅଞ୍ଚଳରେ ସାମୁଦ୍ରିକ ଥାନା ପୋଲିସ ସଜାଗ ରହିଛନ୍ତି। ଯେଉଁମାନେ ସମୁଦ୍ର ପଥରେ ଆସିବେ ସେମାନଙ୍କୁ ଧରାଯାଇ କ୍ୱାରେଣ୍ଟାଇନରେ ପଠାଯିବ।

ଲକ୍‌ଡାଉନ୍ ନିୟମ ଉଲ୍ଲଂଘନ କରି ସମୁଦ୍ର ପଥରେ ଚେନ୍ନାଇରୁ ଆସି ଗଞ୍ଜାମ ପାତି ସୋନପୁର ୩୮ ଜଣ ମତ୍ସ୍ୟଜୀବୀ ଓ ଶ୍ରମିକ ପହଞ୍ଚିଥିଲେ। ଏମାନେ ୨ ଲକ୍ଷ ଟଙ୍କାରେ ଏକ ଡଙ୍ଗା କିଣି ଗଞ୍ଜାମ ଉପକୂଳ ପାତି ସୋନପୁରରେ ପହଞ୍ଚିବା ପରେ ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ନିଜ ହେପାଜତରେ ରଖିଛି।

ଏମାନଙ୍କ ମଧ୍ୟରୁ ପାତି ସୋନପୁରର ୨୪ ଜଣ ଏବଂ ୯ ଜଣ ଆନ୍ଧ୍ରପ୍ରଦେଶର। ଅବଶିଷ୍ଟ ଶ୍ରମିକ ଗୋପାଳପୁର ଅଞ୍ଚଳର ବୋଲି ସୂଚନା ମିଳିଛି।

ତେବେ ତାମିଲ୍‌ନାଡୁରେ ଥିବା ବେଳର ଦୁଃଖ ବଖାଣି ଶ୍ରମିକମାନେ କହିଛନ୍ତି, ଲକ୍‌ଡାଉନ୍ ପାଇଁ କାମ ନମିଳିବାରୁ ଟଙ୍କା ସରିଆସିଲା। ଖାଇବାକୁ ମିଳିଲାନି। ତେଣୁ ଭୋକ ବିକଳରେ ଜୀବନକୁ ବାଜି ଲଗାଇ ଡଙ୍ଗା ନେଇ ଗାଁକୁ ଫେରିବାକୁ ବାଧ୍ୟ ହେଲେ।

ପୂର୍ବରୁ ମଧ୍ୟ ଏଭଳି ଉପାୟରେ ସମୁଦ୍ର ପଥରେ କିଛି ଶ୍ରମିକ ଆସିଥିଲା ବେଳେ  ସେମାନଙ୍କୁ ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ଅଟକା ଯାଇଥିଲା।

ଆହୁରି ପଢ଼ନ୍ତୁ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

ଦିନକରେ ଓଡ଼ିଶାରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

You might also like