ସୁରକ୍ଷା ଖୋଜୁଛି ସୁରକ୍ଷା ହେଲମେଟ୍

ଶ୍ରମିକଙ୍କୁ ମିଳୁଛି ନିମ୍ନମାନର ଉପକରଣ

ମାଲକାନଗିରି : ମାଲକାନଗିରି ଶ୍ରମ ବିଭାଗ ପକ୍ଷରୁ କରାଯାଇଥିବା ଟେଣ୍ଡର ପ୍ରକ୍ରିୟାରେ ଅତି ନିମ୍ନମାନର ଉପକରଣ ଯୋଗାଇ ଦିଆଯାଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ ପାଇଁ ଆସିଥିବା କିଟ୍ ବ୍ୟାଗରେ ଶସ୍ତା ଉପକରଣ ଯୋଗାଇ ଦିଆଯାଉଛି। ୫ ହଜାର ଟଙ୍କା ମୂଲ୍ୟର ଏହି ଶସ୍ତା କିଟ୍ ବ୍ୟାଗକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି ।

ଅପହଞ୍ଚ ଅଞ୍ଚଳର ଶ୍ରମିକ, ମିସ୍ତ୍ରୀ, ବଢେଇ ଓ କୁଶଳୀ କାରିଗରଙ୍କୁ ଆତ୍ମନିର୍ଭରଶୀଳ  କରିବା ପାଇଁ ଏହି କିଟ୍ ଦିଆଯାଇଛି। ଯେଉଁଥିରେ ହେଲମେଟ, କୋଦାଳ, ବେଲଚା, ପିକାସୀ , ଗଜବାଡି, ଜ୍ୟାକେଟ୍, ଜୋତା ଏବଂ ହ୍ୟାଣ୍ଡ ଗ୍ଲୋଭସ୍ ପ୍ରଭୃତି ସରଞ୍ଜାମ ରହିଛି । ତେବେ ଏସବୁ ଉପକରଣ ନିହାତି ଶସ୍ତା ଏବଂ ନିମ୍ନମାନର ହୋଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । କିଟ୍ ବ୍ୟାଗରେ ଥିବା ଏହି ସୁରକ୍ଷା ହେଲମେଟ୍ ହାତରେ ବଙ୍କା ହୋଇଯାଉଛି। ନିଜ ସୁରକ୍ଷା ଖୋଜଥିବା ହେଲମେଟ କିପରି ଶ୍ରମିକଙ୍କୁ    ସୁରକ୍ଷା ଯୋଗାଇବ ତାହା ପ୍ରଶ୍ନବାଚୀ ହୋଇଛି।  କୋଦାଳ, ବେଲଚା କେଉଁଥିରେ ବି ଆଇଏସଆଇ ମାର୍କ ନାହିଁ । କାହାର ନଟ୍ ବୋଲ୍ଟ ଢିଲା ହୋଇଯାଇଛି, ତ ଆଉ କିଛି କିଛି ବ୍ୟାଗରେ ଜିନିଷ କମ୍ ଥିବା ଅଭିଯୋଗ ହୋଇଛି ।

ଏହି କିଟ ପାଇଁ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଟେଣ୍ଡର ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଶ୍ରମିକଙ୍କୁ ୫ ହଜାର ଟଙ୍କାର କିଟ୍ ଦେବାର ବ୍ୟବସ୍ଥା ରହିଛି । ତେବେ ଶ୍ରମ ବିଭାଗ ଫିଲଡରେ କିଟ ବଦଳାଇ ଏଭଳି ନିମ୍ନମାନର ଜିନିଷ ଦେଇ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।

ସେପଟେ ଶ୍ରମ ଅଧିକାରୀ କିନ୍ତୁ ଏକଥା ମାନିବାକୁ ନାରାଜ । ଟେଣ୍ଡର ପ୍ରକ୍ରିୟା ଠିକ ହେବା ସହ ଉଚିତ ମାପଦଣ୍ଡର ଉପକରଣ ଜିନିଷ ଶ୍ରମିକମାନଙ୍କୁ ଦିଆଯାଇଥିବା ସେ କହିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କଲେ ସତ୍ୟାସତ୍ୟ ପଦାକୁ ଆସିପାରନ୍ତା ବୋଲି ଶ୍ରମିକମାନେ ଦାବି କରିଛନ୍ତି ।

ଆହୁରି ପଢ଼ନ୍ତୁ

ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

କୋଟିଏ ଟଙ୍କାର ଦାମୀ କାର୍‌ ଜାଳିଦେଲେ ୟୁଟ୍ୟୁବର, ଭିଡିଓ ଭାଇରାଲ

ମୁଦି ତିଆରି କରି ବିଶ୍ୱ ରେକର୍ଡ କଲେ ବ୍ୟବସାୟୀ

ବିନା କୋଚିଂରେ ନିଟ୍‌ରେ ଓଡିଶାର ଦ୍ୱିତୀୟ ଟପ୍ପର ହେଲେ ଅମିତ୍‌

୩ ବର୍ଷ ହେଲା ପଡୋଶୀ ଘରେ କଟୁଛି ଜୀବନ

ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ପଞ୍ଚକ ଭାଇ ଭଉଣୀଙ୍କ କାହାଣୀ: ଏକାଠି ଜନ୍ମ ହେଇଥିଲେ ଏବେ ଏକାଠି କରୁଛନ୍ତି ବିବାହ

ଜହ୍ନରେ ମିଳିଲା ପାଣିର ସନ୍ଧାନ

ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ ‘ବାବା କା ଢାବା’ର କାହାଣୀ

କୋଟିଏରୁ ଅଧିକ ଟଙ୍କାରେ ସଜ୍ଜିତ ହୋଇଛନ୍ତି ପରମେଶ୍ୱରୀ ଦେବୀ

You might also like