ଖାଇବାକୁ ମିଳିଲାନି; ତାଳଚେରରୁ ଚାଲିଚାଲି ଛତିଶଗଡ଼ ଫେରିଲେ ଶ୍ରମିକ

ରେଢ଼ାଖୋଲ: ତାଳଚେରରୁ ଚାଲି ଚାଲି ନିଜ ଗାଁ ଛତିଶଗଡ଼ ବିଳାସପୁରକୁ ଯାଉଛନ୍ତି ୮ ଶ୍ରମିକ। ୫୫ ନଂ ଜାତୀୟ ରାଜପଥରେ ପ୍ରାୟ ୧୫୦ କିଲୋମିଟର ଚାଲିଚାଲି ରେଢ଼ାଖୋଲ ଠାରେ ପହଂଚିଥିଲେ ଏମାନେ।

ନିଜ ଗାଁକୁ ଯିବାକୁ ମୋବାଇଲରେ ରେଜିଷ୍ଟ୍ରେସନ କରିଥିବା ସତ୍ତ୍ୱେ ଛତିଶଗଡ଼ରୁ କୌଣସି ସହଯୋଗ ନମିଳିବାରୁ ୨ ଦିନ ହେଲା ଚାଲିବା ଆରମ୍ଭ କରିଛନ୍ତି ଏହି ଶ୍ରମିକମାନେ।

ଯେଉଁ କଂପାନୀରେ ଏମାନେ କାମ କରୁଥିଲେ, ସେଠି ଦରମା ନଦେବା ସହ ଖାଇବାକୁ ନିମିଳିବାରୁ ଏମାନେ ପଳାଇ ଆସିଥିବା କହିଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।

You might also like