ସାଇକେଲ୍‌ରେ ସୁଦୂର ଚେନ୍ନାଇରୁ ବ୍ରହ୍ମପୁର

ବ୍ରହ୍ମପୁର: କରୋନା କଟକଣାକୁ ସାରା ଦେଶ ଲକ୍‌ଡାଉନ। ଘରକୁ ଫେରବାର ବାଟ ନାହିଁ। ଯିଏ ଯେଉଁଠି ଅଛନ୍ତି ସେଠାରେ ରହିବାକୁ ବାଧ୍ୟ। ଏପରି କଟକଣା ଭିତରେ ସବୁଠାରୁ ବେଶି ପ୍ରଭାବିତ ହେଉଛନ୍ତି ଶ୍ରମିକ, ଦିନମଜୁରିଆ ଏବଂ ଘରୋଇ କମ୍ପାନୀରେ କାମ କରୁଥିବା କର୍ମଜୀବୀମାନେ।

ତେଣୁ ଯିଏ ଯେମିତି ପାରିଲା ସେମିତି ଆସିଲେ। କିଏ ଚାଲି ଚାଲି ତ କିଏ ସାଇକେଲରେ। ଏମିତି କିଛି ବ୍ୟକ୍ତି ସୁଦୂର ଚେନ୍ନାଇରୁ ବ୍ରହ୍ମପୁର ଫେରିଛନ୍ତି ସାଇକେଲ୍‌ରେ। ଦୀର୍ଘ ୧୧୦୦ କିଲୋମିଟର ସାଇକେଲିଂ କରିବା ପରେ ସେମାନେ ମଙ୍ଗଳବାର ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକସ୍ଥିତି ନିଜ ଗାଁ ସୋରଳରେ ପହଞ୍ଚିଛନ୍ତି।

କାମଧନ୍ଦା ଅନ୍ୱେଷଣରେ ଏମାନେ ବ୍ରହ୍ମପୁରରୁ ଯାଇଥିଲେ ସୁଦୂର ଚେନ୍ନାଇ। ସେଠାରେ ଦିନ ମଜୁରିଆ ଭାବେ କାମ କରୁଥିଲେ।  ଲକ୍‌ ଡାଉନ ଯୋଗୁ କାମଧନ୍ଦା ବନ୍ଦ ହୋଇଗଲା। ଯାହା ପାଖରେ ସଞ୍ଚିତ ଅର୍ଥ ଥିଲା ତାହା ଶେଷ ହୋଇଗଲା। ଶେଷରେ ଚେନ୍ନାଇରେ କାମ କରୁଥିବା ଚିକିଟି ବ୍ଲକର ଏଇ ୭ ଜଣ ଶ୍ରମିକ ଗାଁକୁ ଫେରି ଆସିବେ ବୋଲି ଚିନ୍ତା କଲେ। ହେଲେ ଫେରିବେ କେମିତି ? ଶେଷରେ ସାଇକଲ ଖଣ୍ଡିଏ ଲେଖାଏ ଯୋଗାଡ କରି ଯାତ୍ରା ଆରମ୍ଭ କଲେ। ଦୀର୍ଘ ୮ ଦିନ ଧରି ଯାତ୍ରା କରିବା ପରେ ଶେଷରେ ଏମାନେ ଗାଁରେ ପହଞ୍ଚିଛନ୍ତି ।

ଗାଁକୁ ଫେରିଥିବା ଏହି ଲୋକମାନଙ୍କୁ ଚିକିଟି ବ୍ଲକ ସୋରଳ ମୁକ୍ତିଶ୍ୱର ବିଦ୍ୟାପୀଠରେ ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଇଛି।

 

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like