କେନ୍ଦୁଝର: କେନ୍ଦୁଝର ସ୍ଥିତ ଓ.ଏସ୍.ଆଇ.ଏଲ୍ କାରଖାନା ଶ୍ରମିକଙ୍କ ହାଡ଼ଭଙ୍ଗା ପରିଶ୍ରମରୁ କୋଟି କୋଟି ଟଙ୍କାର ମୁନାଫା କମାଇବା ପରେ ମାଲିକ ବର୍ଷ ବର୍ଷର ପାଉଣା ଦେଉନଥିବା ଅଭିଯୋଗ ହୋଇଛି। ଶ୍ରମିକଙ୍କ ଦୀର୍ଘ ଦିନର ଦରମା ନ ଦେଇ କମ୍ପାନୀକୁ ଲକ୍ ଆଉଟ କରିବା ପରେ ଶ୍ରମିକ ଆନ୍ଦୋଳନକୁ ଜୋରଦାର କରିଛନ୍ତି।
ବଞ୍ଚିବା ଲାଗି ସଂଗ୍ରାମ କରୁଥିବା ଅବସ୍ଥାରେ ଅର୍ଥାଭାବରୁ ଏ ମଧ୍ୟରେ ୨୪ ଜଣ ଶ୍ରମିକଙ୍କର ମୁତ୍ୟୁ ହେଲାଣି। ତେବେ ସ୍ୱାର୍ଥପର ମାଲିକ ଏବେ ପୁଣି ଓ.ଏସ୍.ଆଇ.ଏଲ୍. କମ୍ପାନୀ ଦ୍ୱାରା ପରିଚାଳିତ ବେଆଇନ ESI ପାଣ୍ଠି ହାତେଇବାକୁ ଉଦ୍ୟମ କରୁଥିବା ପୁଲିସ ଅଭିଯୋଗ କରିଛି। କର୍ମୀକଙ୍କ ଆନ୍ଦୋଳନ ୧୫୩୬ ଦିନରେ ପହଞ୍ଚିଲେ ବି କିଛି ପଦକ୍ଷେପ ନିଆଯାଇନି। ସେପଟେ ଏହାର ସମାଧାନକୁ ନେଇ ଆମେ ପିଏଫ୍ ଅଧିକାରୀଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଛନ୍ତି।