ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ ହୋଇଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗତ ୬ ମାସ ହେବ ସେ ଏମ୍ସରେ ଚିକିତ୍ସିତ ହେଉଥିଲେ। ଲଳିତଙ୍କ ପରଲୋକ ନେଇ ପରିବାର ସୂତ୍ରରୁ ସୂଚନା ଦିଆଯାଇଛି।

ଲଳିତ ପଶ୍ଚିମ ଓଡ଼ିଶା ଶ୍ରମିକ ସଂଘ ସଭାପତି ଭାବେ କାର୍ଯ୍ୟ କରୁଥିଲେ। ସେ ପଶ୍ଚିମ ଓଡିଶା ଶ୍ରମିକ ସଂଘର ସଭାପତି, ବିଦ୍ୟୁତ୍‌ କର୍ମଚାରୀ ସଂଘର ସଭାପତି, ରିକ୍ସା ଓ ଅଟୋ ଚାଳକ ସଂଘର ସଭାପତି ଭଳି ପ୍ରାୟ ୫୦ ଟି ସଂଗଠନର ସଭାପତି ଭାବରେ ଦାୟିତ୍ୱ ତୁଲାଉଥିଲେ।

ତାଙ୍କ ମାର୍ଗଦର୍ଶନରେ ଅନେକ ସମାଜସେବୀ ସଂଗଠନ ମଧ୍ୟ ଗଠନ କରାଯାଇଛି। ଗରିବ, ନିସଃହାୟଙ୍କ ପାଇଁ ସେ ସବୁବେଳେ ଲଢ଼ୁଥିଲେ। ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ପାର୍ଥିବ ଶରୀରକୁ ବଲାଙ୍ଗିର ଅଣାଯାଇ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି। ସୂଚନାଥାଉ କି, ସମାଜସେବା ପାଇଁ ଲଲିତ ନାୟକ ଆଜୀବନ ଅବିବାହିତ ରହିଥିଲେ।

You might also like