ଟ୍ରାକ୍ଟରରୁ ଖସି ପଡ଼ିଲା କଂକ୍ରିଟ ପିଲାର, ଚାପି ହୋଇଗଲେ ଶ୍ରମିକ
ବାଲେଶ୍ୱର: ବାଲେଶ୍ୱର ଅଙ୍ଗାରଗଡ଼ିଆ ଠାରେ ରେଳ ଫ୍ଲାଏ ଓଭର ବ୍ରିଜ କାମ ହେଉଥିବା ସ୍ଥାନରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ସୋନା ସୋରେନ ।
ସେ ଟ୍ରାକ୍ଟରରେ ଏକ କଂକ୍ରିଟ ପିଲାରକୁ ନେଇ ଅନ୍ୟ ସ୍ଥାନକୁ ଯାଉଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଶ୍ରମିକ ଜଣକ ଏହି କଂକ୍ରିଟ ପିଲାର ତଳେ ଚାପି ହୋଇ ଯାଇଥିଲେ।
ଦୁର୍ଘଟଣା ଘଟିବା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛନ୍ତି। ସହଦେଖୁଣ୍ଟା ପୋଲିସ ଓ ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।
ଆହୁରି ପଢ଼ନ୍ତୁ: ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେଇ ଯାଉଥିଲେ, ବାଟରେ ଚାଲିଗଲା ପୁଅର ଜୀବନ