KYC ଅପଡେଟ୍ ନାଁରେ ହେଉଥିବା ଫ୍ରଡ୍ ରୋକିବାକୁ ପ୍ରୟାସ: ପରାମର୍ଶ ଜାରି କଲା ଓଡ଼ିଶା ପୋଲିସ

KYC ଅପଡେଟ୍ ନେଇ ଆସୁଥିବା SMSକୁ ଅଣଦେଖା କରିବାକୁ ପରାମର୍ଶ, ଭୟରେ କୌଣସି ଅଜ୍ଞାତ ନମ୍ବରକୁ ଫୋନ କରନ୍ତୁ ନାହିଁ ।

ଭୁବନେଶ୍ୱର:  KYC ଅପଡେଟ୍ ନେଇ ସଚେତନତା। ରାଜ୍ୟରେ ସାଇବର ଠକଙ୍କ ଦୌରାତ୍ମ୍ୟ ବଢ଼ୁଥିବା ବେଳେ KYC ଅପଡେଟ୍ ନାଁରେ ହେଉଥିବା ଠକେଇ ରୋକିବାକୁ ଓଡ଼ିଶା ପୋଲିସର ପ୍ରୟାସ କରିଛି। ଟ୍ୱିଟ କରି ଏନେଇ ପରାମର୍ଶ ଜାରି କରିଛି ଓଡ଼ିଶା ପୋଲିସ।  KYC ଅପଡେଟ୍ ନେଇ ଆସୁଥିବା SMSକୁ ଅଣଦେଖା କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି KYC ଅପଡେଟ୍ ନେଇ କୌଣସି ଅଜ୍ଞାତ ନମ୍ବରକୁ ଫୋନ କରନ୍ତୁ ନାହିଁ। ସେବା ପ୍ରଦାନକାରୀ ସଂସ୍ଥା କୌଣସି ନମ୍ବରକୁ ଫୋନ ପାଇଁ କୁହନ୍ତି ନାହିଁ ବୋଲି ଓଡିଶା ପୋଲିସ ପକ୍ଷରୁ ଟ୍ୱିଟ  କରି ସୂଚନା ଦିଆଯାଇଛି।

ତେବେ କିପରି ସାଇବର ଜାଲ ବୁଣନ୍ତି ସାଇବର ଠକ?

ପ୍ରଥମେ ଗ୍ରାହକଙ୍କ ମୋ‍ବାଇଲକୁ ଏକ ଏସଏମସ୍ ଆସେ। ଶୀଘ୍ର କେୱାଇସି ଅପଡେଟ କରିବା ପାଇଁ ଏସଏମସରେ କୁଯାଇଥିବ। ଆଉ ଗ୍ରାହକଙ୍କ କେୱାଇସି ଡକୁମେଣ୍ଟର ଅବଧି ସରିଯାଇଛି ବୋଲି ମନରେ ଭୟ ସଂଚାର କରାଯାଏ । ତେବେ ଚାରି ଲାଇନର ଏହି ଏସଏମଏସରେ ୪୦ ଟି ଭୁଲ ଥିବ ବୋଲି କହିଛନ୍ତି ସାଇ‍ବର ଏକ୍ସପର୍ଟ । ଏବଂ ୨୪ ଘଣ୍ଟା ଭିତରେ କଲ୍ ନ କଲେ‌ ସେବା ବନ୍ଦ ହୋଇଯିବ କହି ଲୋକଙ୍କୁ ଡରେଇବାକୁ ଚେଷ୍ଟା କରନ୍ତି।

ତେବେ କିଛି ଲୋକେ ଏହି ମେସେଜ ଦେଖି ଭୟରେ ସାଇବର ଠକକୁ କଲ କରନ୍ତି। ଆଉ ତା’ପରେ ଜାଲ ବୁଣନ୍ତି ସାଇବର ଠକ। ଏକ ମେଥଡ଼୍ ଅନୁସାରେ କାମ କରିବା ପାଇଁ ଗ୍ରାହକଙ୍କୁ ପ୍ରବର୍ତ୍ତାଇଥାଆନ୍ତି। ପ୍ଲେଷ୍ଟୋରକୁ ଯାଇ କ୍ୱିକ ସପୋର୍ଟ ଓ ଏନି ଡେସ୍କ ନାମକ ଆପ୍ ଡାଉନଲୋଡ଼ କରିବାକୁ କୁହନ୍ତି । ଆଉ ଏହିଠାରୁ ହିଁ ଠକେଇ ଆରମ୍ଭ ହୁଏ। ଏହି ଆପ ଗ୍ରାହକଙ୍କୁ ୯ ଡିଜିଟର ଏକ ୟୁନିକ ନମ୍ବର ପ୍ରଦାନ କରିଥାଏ।  ଆଉ ସେହି ନମ୍ବରକୁ କୌଶଳକ୍ରମେ ନେଇଯାଆନ୍ତି ସାଇବର ଅପରାଧୀ। ନିଜ ଅଜାଣରତେ ତଥା ଭୟରେ ନମ୍ବରଟି ଦେଇଦେଲା ପରେ ମୋବାଇଲର ସମସ୍ତ ନିୟନ୍ତ୍ରଣ ତାଙ୍କ ହାତକୁ ଚାଲିଯାଏ।

ଏସବୁ ପରେ ବଡ଼ ରକମର ନୁହେଁ ଫୋନରେ ମାତ୍ର ୨ ଟଙ୍କା କିମ୍ବା ୫ ଟଙ୍କାର ରିଚାର୍ଜ କରନ୍ତୁ ‍ବୋଲି କୁହନ୍ତି। ତେବେ ଏସବୁରେ ବିଶ୍ୱାସ କରି କିଛି ଲୋକ ରିଚାର୍ଜ କରିବା ପାଇଁ କ୍ରେଡ଼ିଟ କାର୍ଡ଼ , ଡେବିଟ କାର୍ଡ ନମ୍ବର, ପାସଓର୍ଡ଼, ଓଟିପି ଆଦି କ୍ଲିକ୍ କରନ୍ତି। ଆଉ ସେହି ସମୟରେ ଫୋନର ସମସ୍ତ ଆକ୍ସେସ୍ ସେମାନଙ୍କ ପାଖକୁ ଚାଲିଯାଏ । ଆଉ ତା’ପରେ ଯେଉଁ କ୍ରେଡ଼ିଟ କାର୍ଡ଼, ଡେବିଟ କାର୍ଡ ବ୍ୟବହାର ହୋଇଥାଏ, ସେଥିରୁ ଦେଖୁ ଦେଖୁ  ଆକାଉଣ୍ଟ ଖାଲି ହୋଇଯାଏ। ବିନା କୌଣସି କସରତରେ ସବୁ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଚାଲିଯାଏ

You might also like