ପୁଣି ଚର୍ଚ୍ଚାରେ କୁନ୍ଦୁଲି ମାମଲା

ଅସନ୍ତୋଷ ପ୍ରକାଶ କଲେ ପୀଡ଼ିତାଙ୍କ ପରିବାର

କୋରାପୁଟ:(ଟି ଗୌରୀ ଶଙ୍କର) ବହୁ ଚର୍ଚ୍ଚିତ କୁନ୍ଦୁଲି ମାମଲାର ପୋଲିସ ତଦନ୍ତରେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ପୀଡ଼ିତାଙ୍କ ପରିବାର। ଜୟପୁର ଅତିରିକ୍ତ ଜିଲ୍ଲା ଜଜଙ୍କ କୋର୍ଟରେ ଯେଉଁ ତଥ୍ୟ ଦାଖଲ କରାଯାଇଛି, ସେଥିରେ ପୀଡ଼ିତାଙ୍କ ପରିବାର ସନ୍ତୁଷ୍ଟ ନୁହନ୍ତି। ପୀଡ଼ିତାଙ୍କ ପରିବାର ଲୋକେ କହିଛନ୍ତି, ପୋଲିସର ରିପୋର୍ଟ ଅନୁସାରେ ଦୁଷ୍କର୍ମର କିଛି ପ୍ରମାଣ ମିଳିନଥିଲା ଏବଂ ମାମଲାରେ ତଥ୍ୟଗତ ତ୍ରୁଟି ଥିଲା।

ଯଦି ପୋଲିସର ତଦନ୍ତ ଠିକ୍, ତେବେ ଝିଅର କାହିଁକି ମୃତ୍ୟୁ ହେଲା ଓ ତାଙ୍କୁ କାହିଁକି ବିଭିନ୍ନ ହସ୍ପିଟାଲକୁ ନିଆଯାଇଥିଲା ? ବୋଲି ପୀଡ଼ିତାଙ୍କ ଖୁଡ଼ୀ ପ୍ରଶ୍ନ କରିଛନ୍ତି। ନ୍ୟାୟ ପାଇଁ ଲଢ଼େଇ ଜାରି ରଖିବାକୁ ସେମାନେ ଆଇନର ସହାୟତା ବି ମାଗିଛନ୍ତି। ଏଥିପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ଚିଠି ଲେଖାଯାଇଥିବା ଜଣାଯାଇଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଆଇନ ସହାୟତା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ଆଇନସେବା ପ୍ରାଧିକରଣର ଆଇନଜୀବୀ ଦିବାକର ରାଓ ।

ତେବେ  ପୀଡ଼ିତାଙ୍କ ଖୁଡୀ କହିଛନ୍ତି ଯେ, ଆମକୁ କୋର୍ଟରୁ ଅର୍ଡର ଆସିଥିଲା କି ଝିଅର ରିପୋର୍ଟରେ କିଛି ବି ଉଲ୍ଲେଖ ହୋଇନାହିଁ। ପୋଷ୍ଟମର୍ଟମ, ଡାକ୍ତର କିମ୍ବା ପୋଲିସ ରିପୋର୍ଟରେ ଦୁଷ୍କର୍ମ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ତେବେ ଖୁଡ଼ୀ କହିଛନ୍ତି, ଆମେ ଲଢେଇ କରିବା ଲାଗି ଚାହୁଁଛୁ କିନ୍ତୁ ଆମେ ଗରୀବି ଲୋକ, ଟଙ୍କା ପାଖରେ ନାହିଁ। ଯଦି ଏହି ମାମଲାକୁ ଲଢିବା ଲାଗି କିଏ ଆଗେଇ ଆସନ୍ତି ତେବେ ନିଶ୍ଚିତ ଭାବରେ ତାଙ୍କୁ ଧନ୍ୟବାଦ ଦେବୁ ବୋଲି ସେ କହିଛନ୍ତି।

You might also like